ବ୍ୟବସାୟ

୬୦୦ ବିଲିୟନ ଡଲାର ଟପିଲା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର – Utkal Mail


ନୂଆଦିଲ୍ଲୀ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୪ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । ୧ ଡିସେମ୍ବରରେ ସମାପ୍ତ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬ ବିଲିୟନ ଡଲାର ବୃଦ୍ଧି ସହ ୬୦୦ ବିଲିୟନ ଡଲାର ଅତିକ୍ରମ କରିଛି । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ଡିସେମ୍ବର ପହିଲାରେ ଶେଷ ହୋଇଥିବା ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୬.୧୦ ବିଲିୟନ ଡଲାର ବୃଦ୍ଧି ପାଇ ୬୦୪.୦୪ ବିଲିୟନ ଡଲାରରେ ପହଞ୍ଚିଛି। କ୍ରମାଗତ ତୃତୀୟ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟିଛି।

ତେବେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରେ ରେକର୍ଡ ବୃଦ୍ଧି ଗତ ୨୦୨୧ ଅକ୍ଟୋବର ମାସରେ ଦେଖାଦେଇଥିଲା ଯେତେବେଳେ ଏହା ୬୪୫  ବିଲିୟନ ଡଲାରରେ ପହଞ୍ଚିଥିଲା ।

ଆରବିଆଇ ଶୁକ୍ରବାର ବୈଦେଶିକ ମୁଦ୍ରା ଭଣ୍ଡାରର ତଥ୍ୟ ଜାରି କରିଛି। ତଥ୍ୟ ଅନୁଯାୟୀ, ଡିସେମ୍ବର ପହିଲା ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାର ୬୦୪.୦୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହା ପୂର୍ବ ସପ୍ତାହରେ ୫୯୭.୩୯୫ ବିଲିୟନ ଡଲାର ଥିଲା । ବୈଦେଶିକ ମୁଦ୍ରା ସମ୍ପତ୍ତିରେ ମଧ୍ୟ ବଡ଼ ଧରଣର ବୃଦ୍ଧି ଘଟିଛି। ବୈଦେଶିକ ମୁଦ୍ରା ସମ୍ପତ୍ତି ୫.୦୭ ବିଲିୟନ ଡଲାର ବୃଦ୍ଧି ପାଇ ୫୩୩.୬୧ ବିଲିୟନ ଡଲାରରେ ପହଞ୍ଚିଛି ।

ଆରବିଆଇର ସୁନା ଭଣ୍ଡାର ବୃଦ୍ଧି ପାଇଛି । ରିଜର୍ଭ ବ୍ୟାଙ୍କର ସୁନା ଭଣ୍ଡାର ୯୯୧ ନିୟୁତ ଡଲାର ବୃଦ୍ଧି ପାଇ ୪୭.୩୨ ବିଲିୟନ ଡଲାରରେ ପହଞ୍ଚିଛି। ଏସଡିଆର ୩୨ ନିୟୁତ ଡଲାର ବୃଦ୍ଧି ପାଇଛି ଏବଂ ଏହା ୧୮.୨୫ ବିଲିୟନ ଡଲାର ହୋଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ଭଣ୍ଡାର ୫ ବିଲିୟନ ଡଲାର ବୃଦ୍ଧି ପାଇ ୪.୮୫ ବିଲିୟନ ଡଲାରରେ ପହଞ୍ଚିଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button