ନୀତି

ଭିନ୍ନ ଦୃଷ୍ଟିରେ ଦୁନିଆ ଦେଖନ୍ତି ଗୋଲ ରକ୍ଷକ : ଗବେଷଣା – Utkal Mail


ଗୋଟିଏ ଫୁଟ୍‌ବଲ୍‌ ଦଳରେ ୧୧ ଜଣ ଖେଳାଳି ଥାଆନ୍ତି। ସେମାନଙ୍କ ଭିତରୁ ୧୦ ଜଣଙ୍କର ବେଶଭୂଷା ଏକା ଭଳି ହୋଇଥିବା ବେଳେ ଗୋଲରକ୍ଷକ ସେମାନଙ୍କଠାରୁ ସଂପୂର୍ଣ୍ଣ ନିଆରା ହୋଇଥାଆନ୍ତି। ସେ ଭିନ୍ନ ପୋଷାକ ପିନ୍ଧି ଅନ୍ୟ ସାଥୀ ଖେଳାଳିଙ୍କ ଠାରୁ ବେଳେ ବେଳେ ବହୁ ଦୂରରେ ଗୋଲପୋଷ୍ଟରେ ଏକାକୀ ଛିଡ଼ା ହୋଇଥା’ନ୍ତି। ଏଥି ସହିତ ତାଙ୍କ ଖେଳିବାର ଶୈଳୀ ମଧ୍ୟ ଅନ୍ୟମାନଙ୍କ ଠାରୁ ଅଲଗା ହୋଇଥାଏ, ତାଙ୍କ ପାଇଁ ଖେଳର ନିୟମ ମଧ୍ୟ ଅଲଗା। ଏକ ନୂତନ ଗବେଷଣା ଅନୁଯାୟୀ, ଗୋଲରକ୍ଷକମାନେ ସେମାନଙ୍କ ଚାରିପାଖରେ ଥିବା ଦୁନିଆକୁ ଏକ ଭିନ୍ନ ଢଙ୍ଗରେ ଦେଖିଥା’ନ୍ତି ବୋଲି ଜଣାଯାଇଛି।

ଆୟରଲାଣ୍ଡର ଗବେଷକମାନେ ପେସାଦାର ଫୁଟ୍‌ବଲ୍‌ ଖେଳାଳି (୨୦ ଜଣ ଗୋଲରକ୍ଷକ ଓ ୨୦ ଜଣ ଅନ୍ୟ ଖେଳାଳି)ଙ୍କ ସମେତ ୨୦ ଜଣ ଆଦୌ ଫୁଟ୍‌ବଲ୍‌ ଖେଳୁନଥିବା ବ୍ୟକ୍ତିଙ୍କ ଉପରେ ଅନୁଧ୍ୟାନ ଚଳାଇ ଏପରି ନିର୍ଯାସରେ ଉପନୀତ ହୋଇଛନ୍ତି। ଅନ୍ୟ ଫୁଟ୍‌ବଲ୍‌ ଖେଳାଳିଙ୍କ ତୁଳନାରେ ଗୋଲରକ୍ଷକମାନେ ସୀମିତ ବା ଅସଂପୂର୍ଣ୍ଣ ସମ୍ବେଦନଶୀଳ ସୂଚନାକୁ ଆଧାର କରି ଶତାଧିକ ଅତି ଦ୍ରୁତ ନିଷ୍ପତ୍ତି ନେଇଥା’ନ୍ତି ବୋଲି ଡବଲିନ୍‌ ସିଟି ବିଶ୍ବବିଦ୍ୟାଳୟର ବ୍ୟାବହାରିକ ସ୍ନାୟୁ ବିଶେଷଜ୍ଞ ତଥା ପ୍ରାକ୍ତନ ପେସାଦାର ଗୋଲରକ୍ଷକ ମାଇକେଲ କ୍ବିନ୍‌ କହିଛନ୍ତି।

ସେହିପରି ପଡ଼ିଆରେ ଅନ୍ୟମାନଙ୍କ ଅପେକ୍ଷା ଗୋଲରକ୍ଷକମାନେ ବଲ୍‌କୁ ଗୋଇଠା ମାରିବାର ଶବ୍ଦ ଓ ତାହାର ଉଡ଼ାଣ ପରି ଦୃଶ୍ୟ ଓ ଶ୍ରବଣ ସଂକେତକୁ ଅବିଶ୍ବସନୀୟ ଭାବେ କ୍ଷଣିକରେ ମସ୍ତିଷ୍କ ମଧ୍ୟରେ ବ୍ୟାଖ୍ୟା କରିପାରିଥା’ନ୍ତି। ଯଦିଓ ଗୋଲରକ୍ଷକମାନେ ଅନ୍ୟମାନଙ୍କ ଠାରୁ ଅଲଗା ବୋଲି ବିଶ୍ବବ୍ୟାପୀ ଅନେକ ଫୁଟ୍‌ବଲ୍‌ ଖେଳାଳି ଓ ପ୍ରଶଂସକଙ୍କର ଧାରଣା ରହିଛି, ତେବେ ଏହି ସଦ୍ୟ ଗବେଷଣା ସେହି ଧାରଣାକୁ ବୈଜ୍ଞାନିକ ରୂପେ ପ୍ରଥମ ଥର ପାଇଁ ପ୍ରମାଣିତ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button