ଦେଶ ବିଦେଶ

ବିଜେପି ନେତା ଶାହନୱାଜ ହୁସେନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ – Utkal Mail


ନୂଆଦିଲ୍ଲୀ: ଦୁଷ୍କର୍ମ ଓ ଧମକ ଦେବା ଏକ ମାମଲାରେ ବୁଧବାର ଦିଲ୍ଲୀର ଏକ କୋର୍ଟ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ସୟଦ ଶାହନୱାଜ ହୁସେନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ପାଇଁ ଅକ୍ଟୋବର ୨୦ରେ ହାଜର ହେବାକୁ କୋର୍ଟ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ବିଚାରପତି କହିଛନ୍ତି, “ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ବିରୋଧ ଯାଚିକା, ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି | ତେବେ ଏଫଆଇଆର ରଦ୍ଦ କରିବାକୁ ପୁଲିସ କୋର୍ଟରେ କହିଥିବାବେଳେ ବିଚାରପତି କହିଛନ୍ତି, ସେଭଳି କରିହେବ ନାହିଁ | ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୬ (ବଳାତ୍କାର) ଏବଂ ୫୦୬ (ଅପରାଧିକ ଧମକ) ସହିତ ବିଭିନ୍ନ ଧାରା ଅନୁଯାୟୀ ଶାହନାୱାଜ ହୁସେନ୍‌ଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି |

ମିଳିଥିବା ସୂଚନା ମୁତାବକ ଦିଲ୍ଲୀରେ ରହୁଥିବା ଜଣେ ମହିଳା ଜାନୁୟାରୀ ୨୦୧୮ ମସିହାରେ ଅଭିଯୋଗ ଆଣିଥିଲେ ଯେ ଶାହନୱାଜ ହୁସେନ୍‌ ତାଙ୍କୁ ଛତରପୁର ଫାର୍ମ ହାଉସକୁ ଡାକିଥିଲେ | ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିବା ସହ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ | ଏହାପରେମାମଲା ରୁଜୁ ହୋଇଥିବାବେଳେ ଏହାକୁ ରଦ୍ଦ କରିବାକୁ ଶାହନାୱାଜ ହୁସେନ୍‌ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଯାଇଥିଲେ | ତେବେ ଉଭୟ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ |




Related Articles

Leave a Reply

Your email address will not be published. Required fields are marked *

Back to top button