ଦେଶ ବିଦେଶ

ସିବିଆଇକୁ ତଡ଼ିବା ପାଇଁ ମହୁଆ କୁକୁର ରଖିଛନ୍ତି: ‘ପୂର୍ବତନ ପ୍ରେମିକ’ଙ୍କ ଅଭିଯୋଗ – Utkal Mail


ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ମହୁଆ ମୈତ୍ର ତାଙ୍କର ‘ପୂର୍ବତନ ପ୍ରେମିକ’ ବୋଲି ସ୍ବୀକାର କରିଥିବା ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ ଦାବି କରିଛନ୍ତି ଯେ, ସିବିଆଇକୁ ସହଜରେ ଭିତରେ ପ୍ରବେଶ କରିବାରୁ ରୋକିବା ପାଇଁ ମହୁଆ କୁକୁର ‘ହେନରି’କୁ ଜାଣିଶୁଣି ନିଜ ବାସଭବନ ଭିତରେ ବନ୍ଦ କରି ରଖିଛନ୍ତି। ହେନରି ହେଉଛି ଏକ ବଡ଼ ରଟୱାଇଲର (ଜର୍ମାନୀ ପ୍ରଜାତି କୁକୁର) ଯାହାକୁ ମହୁଆ ଓ ଦେହାଦ୍ରାଇ ଉଭୟ ନିଜର ବୋଲି ଦାବି କରୁଛନ୍ତି। ସଂସଦରେ ଆଦାନିଙ୍କ ବିରୋଧରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ମୈତ୍ର ଲାଞ୍ଚ ନେଇଛନ୍ତି ବୋଲି ଅଭିଯୋଗ ଆଣିଥିବା ଦେହାଦ୍ରାଇ କହିଛନ୍ତି, ହେନରି ହେଉଛି ତାଙ୍କ କୁକୁର ଯାହାକୁ ମହୁଆ ଚୋରି କରି ନେଇଛନ୍ତି।

ଅନ୍ୟପକ୍ଷରେ ମହୁଆ କହିଛନ୍ତି ଯେ, ତାଙ୍କୁ ‘ଆଗାମୀ ସିବିଆଇ ଚଢ଼ଉ’ ବିଷୟରେ ବାର୍ତ୍ତା ମିଳିଛି। ‘ମୁଁ ଦୁର୍ଗାପୂଜାରେ ବ୍ୟସ୍ତ ଅଛି। ମୁଁ ସିବିଆଇକୁ ଘରକୁ ଆସି ମୋ ଜୋତା ଗଣନା କରିବାକୁ ନିମନ୍ତ୍ରଣ କରୁଛି। କିନ୍ତୁ ସିବିଆଇ ପ୍ରଥମେ ଆଦାନି ବିରୋଧରେ ଥିବା ୧୩,୦୦୦ କୋଟି ଟଙ୍କାର କୋଇଲା ଦୁର୍ନୀତି ଅଭିଯୋଗ ଉପରେ ଏଫ୍ଆଇଆର ଦାଖଲ କରୁ’ ବୋଲି ମହୁଆ ଟ୍ୱିଟ୍ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button