କ୍ରାଇମ
ସବିରା ଷ୍ଟେସନ ବଜାରର ୮ଟି ଦୋକାନରୁ ଚୋରି: ତଦନ୍ତ କରୁଛି ପୁଲିସ – Utkal Mail
ସୋର: ସବିରା ଷ୍ଟେସନ ବଜାରରୁ ଗତକାଲି ବିଳମ୍ବିତ ରାତିରେ ୮ଟି ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବଜାରରେ ଥିବା ଭରତ ପୃଷ୍ଟିଙ୍କ ତେଜରାତି ଓ ଚାହା ଦୋକାନ, ମଣ୍ଟୁ ଇଲେକ୍ଟ୍ରିକାଲ, କାଠିଆ ଚାଓମିନ, ସେଲୁନ ଆଦି ଆଠଟି ଦୋକାନରୁ ଚୋରି ହୋଇଥିବା ବେଳେ ବାବାମଣି ଇଲେକ୍ଟ୍ରିକାଲ୍ସରୁ ଚୋରିପାଇଁ ଉଦ୍ୟମ କରୁଥିବା ବେଳେ ସିସିଟିଭି କ୍ୟାମେରା ଦେଖି ଭଙ୍ଗାରୁଜା କରିବା ସହିତ ଦୁର୍ବୃତ୍ତମାନେ ପଳାଇଥିଲେ।
ଏ ବାବଦରେ ଆଜି ସକାଳେ ସ୍ଥାନୀୟ ଲୋକ ଓ ଦୋକାନୀମାନେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।