କ୍ରାଇମ

ବାୟୁସେନାର ପୂର୍ବତନ ଅଧିକାରୀଙ୍କଠାରୁ ୩୫ ଲକ୍ଷ ଟଙ୍କା ଲୁଟି ନେଲା ଡିପ୍ଲୋମା ଛାତ୍ର – Utkal Mail


ଭୁବନେଶ୍ବର: ହସ୍ପିଟାଲରେ ସାହାଯ୍ୟ କରିବା ବାହାନାରେ ସମ୍ପର୍କ ଯୋଡ଼ି ଜଣେ ବାୟୁସେନାର ପୂର୍ବତନ ଅଧିକାରୀଙ୍କଠାରୁ ୩୫ ଲକ୍ଷଟଙ୍କା ଲୁଟି ନେଲା ଜଣେ ଡିପ୍ଲୋମା ଛାତ୍ର। ଏକଥା ସହଜରେ ବିଶ୍ବାସ ହେଉନଥିଲେ ବି ସତ। ଏନେଇ ଥାନାରେ ଅଭିଯୋଗକାରୀ କିଶୋର ଗନ୍ତାୟତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଅନଲାଇନ ଗେମିଙ୍ଗରୁ ଟଙ୍କା ହରାଇଥିବା କିଶୋର ଗନ୍ତାୟତଙ୍କ ଠାରୁ ଲୁଟ୍ କରିବା ଲାଗି ଯୋଜନା କରିଥିଲା ଲୁଟେରା ଅଭିଯୁକ୍ତ ସନ୍ତୋଷ ସାହୁ। ସେ ହସ୍ପିଟାଲରେ ସାହାଯ୍ୟ କରିବା ବାହାନାରେ କିଶୋରଙ୍କ ସହ ସମ୍ପର୍କ ଯୋଡ଼ିଥିଲା। ଏହାପରେ ଗେମିଙ୍ଗରେ ହାରି ଯାଇଥିବା ଟଙ୍କା ଫେରି ପାରିବ ବୋଲି କହି କିଶୋର ଗନ୍ତାୟତଙ୍କଠାରୁ ଟଙ୍କା ଲୁଟୁଥିଲା ସନ୍ତୋଷ ସାହୁ। ଅଭିଯୁକ୍ତ ଜଣେ ଡିପ୍ଲୋମା ଛାତ୍ର ବୋଲି ଜଣାଯାଇଛି। ସେହି ଆଶାରେ ଅଭିଯୁକ୍ତଙ୍କୁ ନିଜର ଆକାଉଣ୍ଟ ଓ ଫୋନର ଆକ୍ସେସ ଦେଇଥିଲେ ଅଭିଯୋଗକାରୀ।

ଆକାଉଣ୍ଟରେ ଥିବା ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ ପୂର୍ବତନ ବାୟୁସେନା ଅଧିକାରୀ କିଶୋର ଗନ୍ତାୟତ। ତଦନ୍ତ ଲୁଟ ହୋଇଥିବା ସମସ୍ତ ଟଙ୍କା ବେଙ୍ଗାଲୁରୁର ଆକାଉଣ୍ଟକୁ ଯାଇଥିବା ସାଇବର ଥାନା ପୁଲିସ ଜାଣିବାକୁ ପାଇଥିଲା ବେଙ୍ଗାଲୁରୁର ଆକାଉଣ୍ଟରୁ ଓଡ଼ିଶା ଆକାଉଣ୍ଟକୁ ଟଙ୍କା ଆସିବା କଥା ସାମ୍ନାକୁ ଆସିଥିଲା। ତେବେ ଲୁଟ ଟଙ୍କାରେ ଅଭିଯୁକ୍ତ ସନ୍ତୋଷ ଦେଶ ବିଦେଶକୁ ଯାତ୍ରା କରିବା ସହ ହୋଟେଲରେ ମଉଜ ମଜଲିସ କରିଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button