ମନୋରଞ୍ଜନ

ଅର୍ଜୁନଙ୍କ ସହ ବ୍ରେକଅପ ଚର୍ଚ୍ଚା ମଧ୍ୟରେ ଏକାକୀ ଜନ୍ମଦିନ ପାଳିଲେ ମଲାଇକା – Utkal Mail


ମୁମ୍ବାଇ: ବଲିଉଡର ଫିଟନେସ୍ କୁଇନ୍ ମଲାଇକା ଆରୋରା ଅନେକ ସମୟରେ ନିଜ ବ୍ୟକ୍ତିଗତ ଓ ପେସାଦାର ଜୀବନକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି। ଆଜି ଅଭିନେତ୍ରୀ ୪୮ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ବିଶେଷ ଦିନକୁ ସେ ବହୁତ ଧୁମଧାମରେ ନୁହେଁ ବରଂ ଅତି ସରଳ ଭାବେ ପାଳନ କରିଛନ୍ତି। ମଲାଇକା ତାଙ୍କ ପ୍ରଶଂସକଙ୍କ ସହ ନିଜ ଜନ୍ମଦିନ ପାଳନର କିଛି ଫଟୋ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହୋଇଛି। ତେବେ ସେ ସେୟାର କରିିଥିବା କୌଣସି ଫଟୋରେ ପ୍ରେମିକ ତଥା ଅଭିନେତା ଅର୍ଜୁନ କପୁର ନଜର ଆସିନାହାନ୍ତି। ଅଭିନେତ୍ରୀ ଏକାକୀ ଅର୍ଜୁନଙ୍କ ବିନା ଜନ୍ମଦିନ ପାଳନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଫଟୋ ସେୟାର କରି ମଲାଇକା କ୍ୟାପସନରେ ଲେଖିଛନ୍ତି, “ସୂର୍ଯ୍ୟ ଅସ୍ତ ହେବା ପରେ ମୁଁ ୪୮ବର୍ଷ ବୟସରେ ପାଦ‌ ଦେଇଛି। ମୁଁ ମୋର ଲୋକମାନଙ୍କ ପାଇଁ କୃତଜ୍ଞ, ଯେଉଁମାନେ ମୋର ଏହି ଜୀବନ ଯାତ୍ରାରେ ମୋ ସାଥୀରେ ରହିଆସିଛନ୍ତି। ମୁଁ ଏହି ସୂର୍ଯ୍ୟୋଦୟ ସହିତ ଏକ ନୂତନ ଆରମ୍ଭ କରିବି। ମୋତେ ଜନ୍ମଦିନର ଶୁଭେଚ୍ଛା। ”

କିଛି ଦିନ ତଳେ ଅର୍ଜୁନ ଓ ମଲାଇକାଙ୍କ ବ୍ରେକଅପ ହୋଇଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ମଲାଇକା ଇନଷ୍ଟାରେ ଅର୍ଜୁନଙ୍କ ଭଉଣୀ ଜାହ୍ନବୀ କପୁର୍‌, ଖୁସି କପୁର, ଅଂଶୁଳା କପୁର ଓ ତାଙ୍କ ବାପା ବୋନି କପୁରଙ୍କୁ ଅନଫଲୋ କରିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ, ଅର୍ଜୁନ ମଲାଇକାଙ୍କୁ ଛାଡ଼ି ଅଭିନେତ୍ରୀ ତଥା ଫ୍ୟାସନ ଡିଜାଇନର୍‌ କୁଶା କପିଲାଙ୍କୁ ଡେଟ୍ କରୁଛନ୍ତି। ହେଲେ ଏଭଳି ଚର୍ଚ୍ଚା ମଧ୍ୟରେ ଦୁହେଁ ଲଞ୍ଚ ଓ ଡିନର ଡେଟରେ ସାଙ୍ଗରେ ନଜର ଆସିବାରୁ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ ଥିବା ସ୍ପଷ୍ଟ ହୋଇଥିଲା। ହେଲେ ଏବେ ଏକାକୀ ଜନ୍ମଦିନ ପାଳନ କରିଥିବାରୁ ବ୍ରେକଅପ ଚର୍ଚ୍ଚା ପୁଣି ଥରେ ଆରମ୍ଭ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button