ମନୋରଞ୍ଜନ

ସୋସିଆଲ୍ ମିଡିଆରେ ବଢ଼ୁଛି ଅନନ୍ୟାଙ୍କ ଲୋକପ୍ରିୟତା, ନୂଆ ଫିଲ୍ମରେ ହୋଇଛନ୍ତି ଅକ୍ଷୟଙ୍କ ନାୟିକା – Utkal Mail


ମୁମ୍ବାଇ:  ବିଗତ ଦିନର ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କର ଲୋକପ୍ରିୟତା ତଥା ପ୍ରଶଂସକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଅନନ୍ୟା ଯଦିଓ ଏଯାଏ ବହୁତ ବଡ଼ ବ୍ୟାନର୍‌ର ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ପାଇ ନାହାନ୍ତି, କିନ୍ତୁ ଯେଉଁ ଫିଲ୍ମ ବି ପାଇଛନ୍ତି, ଭଲ ଅଭିନୟ କରି ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛନ୍ତି। ଅବଶ୍ୟ ବୟସ ଖୁବ୍ କମ୍‌ ହୋଇଥିବାରୁ ସେ ପ୍ରାୟତଃ ଗୋଟିଏ ପ୍ରକାର ଭୂମିକା ପାଉଛନ୍ତି। କ୍ରମଶଃ ଅଭିଜ୍ଞତା ଓ ବୟସ ବଢ଼ିବା ସହିତ ତାଙ୍କୁ ଭିନ୍ନ ଭିନ୍ନ ପ୍ରକାର ଭୂମିକା ମିଳିବ ଓ ନିଜକୁ ପ୍ରମାଣିତ କରିବାଲାଗି ସେ ଆହୁରି ଅଧିକ ସୁଯୋଗ ପାଇବେ।

ଅନନ୍ୟାଙ୍କ ଲୋକପ୍ରିୟତାର ଗୋଟିଏ ବଡ଼ କାରଣ ହେଉଛି ‌ସୋସିଆଲ୍ ମିଡିଆ। ସୋସିଆଲ୍‌ ମିଡିଆରେ ବହୁତ ସକ୍ରିୟ ଥିବା ଅନନ୍ୟାଙ୍କର ପ୍ରଶଂସକଙ୍କର ସଂଖ୍ୟା ସେଠାରେ ଖୁବ୍ ଅଧିକ। ନିକଟରେ ଏକ ପ୍ରସିଦ୍ଧ ଫିଲ୍ମ ପତ୍ରିକାଦ୍ବାରା କରା ଯାଇଥିବା ସର୍ବେକ୍ଷଣରେ ଅନନ୍ୟାଙ୍କୁ ‘ସବୁଠୁ ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ’ଙ୍କ ତାଲିକାର ନବମରେ ରଖା ଯାଇଛି। ଇଏ ଗୋଟିଏ ଛୋଟ ସଫଳତା ନୁହେଁ। କାରଣ ‌ସେ ତାଲିକାର ପ୍ରଥମ ଦଶ ଜଣଙ୍କ ଭିତରେ ଅନନ୍ୟାଙ୍କ ପିଢ଼ିର ଅନ୍ୟ କୌଣସି ଅଭିନେତ୍ରୀ ସ୍ଥାନ ପାଇ ନାହାନ୍ତି।

ବଲିଉଡ୍ ଷ୍ଟାର ଅକ୍ଷୟ କୁମାରଙ୍କ ସହିତ ଅନନ୍ୟା ପାଣ୍ଡେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ କାମ କରୁଛନ୍ତି। ଏହି ଫିଲ୍ମର ସୁଟିଂ ଦିଲ୍ଲୀ, ହରିୟାଣା ଓ ଉତ୍ତର ଭାରତର କିଛି ସ୍ଥାନରେ କରାଯାଇଛି। କିରଣ ସିଂହ ତ୍ୟାଗୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ବିଶିଷ୍ଟ ଆଇଜୀବୀ ସି ଶଙ୍କରନ ନାୟାର ବା‌ୟୋପିକ୍‌- ଅନଟୋଲ୍ଡ ଷ୍ଟୋରି ଅଫ୍ ଶଙ୍କରନ ନାୟାର । ଏଥିରେ ଅକ୍ଷୟ କୁମାରଙ୍କ ସହ ଅନନ୍ୟାଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମକୁ କରନ ଜୋହର ପ୍ରଯୋଜନା କରୁଥିବା ବେଳେ ଏଥିରେ ଆର୍ ମାଧବନ୍ ମଧ୍ୟ ଅଭିନୟ କରୁଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button