ଦେଶ ବିଦେଶ

ହମାସ୍ ଆତଙ୍କବାଦୀ ସଂଗଠନ ନୁହେଁ, ଏକ ମୁକ୍ତି ବାହିନୀ : ଏରଡୋଗାନ୍ – Utkal Mail


ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଓ ରକେଟ୍ ମାଡ଼ କରିଥିବା ଆତଙ୍କବାଦୀ ସଂଗଠନ ହମାସ ପ୍ରତି ତୁର୍କୀର ସହାନୁଭୂତି ପ୍ରକାଶ ପାଇଛି। ତୁର୍କୀ ରାଷ୍ଟ୍ରପତି ରିସେପ୍ ତୈୟପ୍ ଏର୍ଦୋଗାନ୍ ବୁଧବାର ହାମାସକୁ ଆତଙ୍କବାଦୀ ସଂଗଠନ ଭାବେ ମାନ୍ୟତା ଦେବାକୁ ମନା କରିଦେଇଛନ୍ତି। ସଂସଦ ଭିତରେ ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନ କହିଛନ୍ତି ଯେ ହାମାସ କୌଣସି ଆତଙ୍କବାଦୀ ସଂଗଠନ ନୁହେଁ ବରଂ ଏକ ମୁକ୍ତି ସଂଗଠନ ଯାହା ନିଜ ଭୂମିର ସୁରକ୍ଷା ପାଇଁ ସଂଘର୍ଷ କରୁଛି। ଏହା ସହିତ ସେ ନିଜର ଇସ୍ରାଏଲ ଗସ୍ତକୁ ବାତିଲ କରିଦେଇଛନ୍ତି ।

ସଂସଦରେ ନିଜ ଦଳର ସାଂସଦମାନଙ୍କୁ ଦେଇଥିବା ଭାଷଣରେ ଏର୍ଡୋଗାନ୍ କହିଛନ୍ତି ଯେ ତୁର୍କୀର ଭଲ ଉଦ୍ଦେଶ୍ୟର ଫାଇଦା ଉଠାଇଛି ଏବଂ ସେ ପୂର୍ବ ଯୋଜନା ଅନୁଯାୟୀ ଇସ୍ରାଏଲ ଯିବେ ନାହିଁ।

ଖାଲି ସେତିକି ନୁହେଁ, ଗାଜା ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ଇସ୍ରାଏଲ ଉପରେ ଚାପ ପକାଇବାକୁ ସେ ବିଶ୍ୱ ଶକ୍ତିମାନଙ୍କୁ ଅନୁରୋଧ କରିଛନ୍ତି। ଭାଷଣରେ ଏର୍ଡୋଗାନ୍ କହିଛନ୍ତି ଯେ ମାନବିକ ସହାୟତା ପାଇଁ ରାଫା ସୀମା ଦ୍ୱାର ଖୋଲା ରଖାଯିବା ଉଚିତ ଏବଂ ଦୁଇ ପକ୍ଷ ମଧ୍ୟରେ ବନ୍ଧକଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଶେଷ ହେବା ଉଚିତ। ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧକୁ ରୋକିବାରେ ଜାତିସଂଘ ଅସମର୍ଥ ହୋଇଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button