ଓଡିଶା

ପୋଖରୀରେ ବୁଡ଼ିଗଲେ ମା ଓ ଝିଅ – Utkal Mail



ଦଶପଲ୍ଲା : ପୋଖରୀରେ ବୁଡିଗଲେ ମା ଓ ଝିଅ । ଶୌଚ ହେବାକୁ ଯାଇଥିବା ବେଳେ ଏକାସଙ୍ଗେ ବୁଡିଗଲେ ମା ଓ ଝିଅ । ଏଭଳି ଏକ ଦୁଃଖଦ ଘଟଣା ଘଟି ଯାଇଛି ଦଶପଲ୍ଲା ଥାନା ଅନ୍ତର୍ଗତ ଘୋଳାହାଣ୍ଡି   ଗ୍ରାମରେ। ଗାଁ ଠାରୁ ସହର ସବୁଆଡେ ଦଶହରା ପର୍ବ ଆନନ୍ଦ ଉଲ୍ଲାସ ରେ ଚାଲିଥିବା ବେଳେ ଏଭଳି ଦୁଃଖଦ ଘଟଣା ଘୋଳାହାଣ୍ଡି ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।  । ଘଟଣାରୁ ଜଣାଯାଏ ଯେ, ଘୋଳାହାଣ୍ଡି ଗ୍ରାମର  ସନ୍ଧ୍ୟାରାଣୀ ପ୍ରଧାନ (୨୯) ଓ ତାଙ୍କ ଝିଅ ବର୍ଷାରାଣୀ ପ୍ରଧାନ (୧୨) ମଙ୍ଗଳବାର  ସକାଳ ୧୦ ଘଣ୍ଟିକା ସମୟରେ ଗ୍ରାମ ନିକଟସ୍ତ ଏକ ପୋଖରୀକୁ  ଶୌଚ ହେବା ପାଇଁ ଯାଇଥିବା ବେଳେ  ଝିଅ ବର୍ଷାର ପଥରରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଯାଇଥିଲା ଏହି ସମୟ ରେ  ଝିଅକୁ ଉଧାର କରିବାକୁ ଯାଇ  ମା ସନ୍ଧ୍ୟା ରାଣୀ ଙ୍କର ଗୋଡ ଖସି ଯାଇଥିଲା ଫଳରେ ଉଭୟ ମା ଓ ଝିଅ ପାଣି ରେ  ବୁଡି ଯାଇଥିଲେ ।  ଉଭୟ ସଂଧ୍ୟାରାଣୀ ଓ ତାଙ୍କ ଝିଅ ବର୍ଷାରାଣୀ ଘରକୁ ଫେରିବାରେ ବିଳମ୍ବ ହେବାରୁ  ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ପରିବାର ଲୋକ ଉଭୟ ମା ଓ ଝିଅ ପୋଖରୀରେ ଭାସୁ ଥିବା ଦେଖିବାକୁ ପାଇଥିଲେ । ପରେ ସେମାନଙ୍କୁ ଉଧାର କରାଯାଇ  ୧୦୮ ଆମ୍ବୁଲାନ୍ସ ଯୋଗେ  ଦଶପଲ୍ଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି କରାଯାଇଥିବା ବେଳେ  ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣାରେ  ଦଶପଲ୍ଲା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି  ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣର ରେ ଦାବି ହେଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button