ଦେଶ ବିଦେଶ

ସ୍ପଷ୍ଟ କଲେ କର୍ଣ୍ଣାଟକ ଡିଜି: ମାଙ୍ଗାଲୁରୁର ଅଟୋରିକ୍ସା ବିସ୍ଫୋରଣ ଆତଙ୍କବାଦୀ କାର୍ଯ୍ୟ

ବାଙ୍ଗାଲୋର: କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକ ପ୍ରବୀଣ ସୁଦ ରବିବାର ସ୍ପଷ୍ଟ କରିଛନ୍ତି ଯେ ମାଙ୍ଗାଲୁରୁରେ ଚଳନ୍ତା ଅଟୋରିକ୍ସାରେ ଘଟିଥିବା ବିସ୍ଫୋରଣ ଏକ ଆତଙ୍କବାଦୀ ଘଟଣା। ଏହି ବିସ୍ଫୋରଣ ଦୁର୍ଘଟଣା ନୁହେଁ, ବରଂ ଆତଙ୍କବାଦ କାର୍ଯ୍ୟ। ଯାହାର ଉଦ୍ଦେଶ୍ୟ ଥିଲା ଗୁରୁତର କ୍ଷତି କରିବା | କର୍ଣ୍ଣାଟକ ରାଜ୍ୟ ପୋଲିସ କେନ୍ଦ୍ରୀୟ ଏଜେନ୍ସିଗୁଡିକ ସହିତ ମିଶି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। ଶନିବାର ସନ୍ଧ୍ୟାରେ ପୋଲିସ ଷ୍ଟେସନ ନିକଟରେ ଥିବା ଅଟୋରିକ୍ସରେ ଏହି ବିସ୍ଫୋରଣ ଘଟି ଜଣେ ଯାତ୍ରୀ ଏବଂ ଡ୍ରାଇଭର ଆହତ ହୋଇଥିଲେ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରାଜ୍ୟ ଗୃହମନ୍ତ୍ରୀ ଆରାଗା ଜ୍ଞାନେନ୍ଦ୍ର କହିଛନ୍ତି ଯେ ବିସ୍ଫୋରଣରେ ଆହତମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି, କିନ୍ତୁ ସେମାନେ ବର୍ତ୍ତମାନ କଥାବାର୍ତ୍ତା କରିବା ସ୍ଥିତିରେ ନାହାଁନ୍ତି। ସେ କହିଛନ୍ତି, ‘ଆମେ ପାଇଥିବା ତଥ୍ୟରୁ ଜଣା ପଡିଛି ଯେ ଏହି ଘଟଣା ପଛରେ ଏକ ବଡ଼ ଷଡଯନ୍ତ୍ର ହୋଇଥିଲା। ଏଥିରୁ ଏହା ସ୍ପଷ୍ଟ ଯେ ଅପରାଧୀମାନେ ଆତଙ୍କବାଦୀ ସଂଗଠନ ସହ ଜଡିତ। ଜ୍ଞାନେନ୍ଦ୍ର କହିଛନ୍ତି ଯେ ରାଜ୍ୟ ପୋଲିସ କେନ୍ଦ୍ରୀୟ ଏଜେନ୍ସି ସହ ଯୋଗାଯୋଗରେ ରହିଛି ଏବଂ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସମସ୍ତ ତଥ୍ୟ ପଦାକୁ ଆସିବ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ବିସ୍ଫୋରଣ ଏକ ପ୍ରେସର କୁକରରେ ଘଟିଥିଲା ​​ଯେଉଁଥିରେ ଡିଟୋନେଟର, ତାର ଏବଂ ବ୍ୟାଟେରୀ ଲାଗିଥିଲା। ସେ କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ଅଟୋରିକ୍ସାର ବେଶ୍ କ୍ଷତିଗ୍ରସ୍ତ ହୋଇଥିଲା।ପୋଲିସ କହିଛି ଯେ ମଙ୍ଗଲୁରୁରେ ହୋଇଥିବା ବିସ୍ଫୋରଣ କୋଏମ୍ବାଟୁରରେ କାର ବିସ୍ଫୋରଣ ସହିତ ସମାନ।

ସିଟି ପୋଲିସ କମିଶନର ଏନ ଶଶି କୁମାର ସୋସିଆଲ ମିଡିଆରେ ଗୁଜବ ପ୍ରଚାର ନକରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନ ସମଗ୍ର ଘଟଣାର ତଦନ୍ତ ଚାଲିଛି। ଅନୁସନ୍ଧାନ ପରେ ହିଁ ଆତଙ୍କବାଦର ଏହି ଲିଙ୍କ କେତେ ଦୂର ବ୍ୟାପିଛି ତାହା ଜଣାପଡ଼ିବ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button