କ୍ରାଇମ

ରାଜସ୍ଥାନରେ ଭାଇ ଉପରେ ୮ଥର ଟ୍ରାକ୍ଟର ଚଢ଼ାଇ ହତ୍ୟା – Utkal Mail


ଜୟପୁର: ରାଜସ୍ଥାନର ଭରତପୁରରେ ଏକ ବର୍ବର ହତ୍ୟାକାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି। ଜମି ବିବାଦକୁ ନେଇ ଜଣେ ବ୍ୟକ୍ତି ନିଜ ଭାଇକୁ ସର୍ବସମ୍ମୁଖରେ ୮ ଥର ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଛି। ଏହି ଘଟଣାରେ ଅନ୍ୟ ୧୨ ଜଣ ମଧ୍ୟ ଆହତ ହୋଇଛନ୍ତି। ଭରତପୁରର ବୟାନା ଥାନା ଅଂଚଳର ଅଡ୍ଡା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି ଏବଂ ଏହି ବର୍ବରତାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସ୍ଥାନୀୟ ଲୋକେ ଆକ୍ରମଣକାରୀକୁ ଅଟକାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପୁଲିସ ହତ୍ୟାକାରୀକୁ ଗିରଫ କରିଛି। ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଜମିଜମା ବିବାଦ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି ଏବଂ ପୁଲିସ ୨୨ ଜଣଙ୍କୁ ଅଟକ ରଖିଛି।




Related Articles

Leave a Reply

Your email address will not be published. Required fields are marked *

Back to top button