ବିଶ୍ବକପ୍ : ଶ୍ରୀଲଙ୍କା ଆଗରେ ୪୨୯ ରନର ବିଶାଳ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା – Utkal Mail
ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଶ୍ରୀଲଙ୍କା ଆଗରେ ୪୨୯ ରନର ରନର ପାହାଡ଼ ସଦୃଶ ଲକ୍ଷ୍ୟ ଛିଡ଼ା କରିଛି ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ବିକେଟ ହରାଇ ୪୨୮ ରନ କରିଥିଲା । ଯେକୌଣସି ଆଇସିସି ବିଶ୍ବକପ ମ୍ୟାଚରେ ଏହା ହେଉଛି ସର୍ବାଧିକ ସ୍କୋର ।
ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଅଧିନାୟକ ଟେମ୍ବା ବାଭୁମାଙ୍କ ଓ୍ବିକେଟ ହରାଇଥିଲା । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ରାସି ଭାନ ଡେର୍ ଦୁସେନ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋର ଦ୍ରୁତ ଗତିଲେ ଆଗେଇ ନେଇଥିଲେ । ଡକକ୍ ୧୦୦ ରନ କରି ଆଉଟ ହୋଇଥିବାବେଳେ ଦୁସେନ ୧୦୮ ରନ କରି ଆଉଟ ହୋଇଥିଲେ । କିନ୍ତୁ ପ୍ରକୃତ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା ଆଇଡେନ ମାର୍କରାମଙ୍କ ଠାରୁ । ସେ ମାତ୍ର ୫୪ଟି ବଲ ଖେଳି ୩ ଛକା, ୧୪ ଚୌକା ସହ ୧୦୬ ରନ କରିଥିଲେ । ଅନ୍ୟପକ୍ଷରେ ଡେଭିଡ୍ ମିଲର ଓ ହେନେରିକ୍ କ୍ଲାସେନ ଯଥାକ୍ରମେ ୩୯ ଓ ୩୨ ରନ କରିଥିଲେ ।
ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଧୁଶଙ୍କା ୨ଟି ଓ୍ବିକେଟ ନେଇଥିବାବେଳେ କାସୁନ ରଜିଥା, ମାଥିସା ପଥିରଣା, ଦୁନିଥ ଓ୍ବେଲାଙ୍ଗେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।