ବିଚାର

ଏହି ରାଶିସବୁର ଲୋକଙ୍କ ପାଇଁ ବହୁତ ଶୁଭ ରହିଛି ବୃହସ୍ପତିର ରାଶି ପରିବର୍ତ୍ତନ

୧୪ ଘଟିକାରେ ବୃହସ୍ପତି ପଦାର୍ପଣ କରୁଛନ୍ତି। ଯଦି ବିଶ୍ଵ ରେ ଦେଶ ପାଇଁ ଏହି ଯୋଗ ଶୁଭ ସାବ୍ୟସ୍ତ ହେବ ନାହିଁ। ଜ୍ୟୋତିଷ ଗଣନା ଅନୁସାରେ ପ୍ରତ୍ୟେକ ରାଶି ଉପରେ ଏହାର ପ୍ରଭାବ ଅଲଗା ଅଲଗା ରହିବ। ଜ୍ୟୋତିଶାଚାର୍ଯ୍ୟଙ୍କ ଅନୁସାରେ ଜାଣନ୍ତୁ ୧୨ ଟି ରାଶି ଉପରେ କିପରି ପ୍ରଭାବ ରହିବ।

ମେଷ ରାଶି –

ମେଷ ରାଶିରେ ବୃହସ୍ପତି ଦଶମ ସ୍ଥାନରେ ରହିବେ, ଯାହା ବ୍ୟବସାୟ, ଚାକିରୀ ଆଦିରେ ଲାଭ ପ୍ରଦାନ କରିବ। ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି। ମକରର ବୃହସ୍ପତି ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି।

ବୃଷ ରାଶି –

ବୃଷ ରାଶିରେ ବୃହସ୍ପତି ନବମ ସ୍ଥାନରେ ଅବସ୍ଥାନ କରିବେ, ଯାହା ଭାଗ୍ୟର ରାଶି ଅଟେ। କିନ୍ତୁ ବୃଷ ରାଶି ବୃହସ୍ପତିଙ୍କ ଶତ୍ରୁ ଗ୍ରହ ଶୁକ୍ରଙ୍କ ରାଶି , ଏଥିପାଇଁ ଏହାର ପ୍ରଭାବରେ ଆନନ୍ଦ ଉଲ୍ଲାସ, ମଙ୍ଗଳ କାର୍ଯ୍ୟ ସହିତ ଅଯଥା ଖର୍ଚ୍ଚ, ବିବାଦ , ଦୁଃଖର ସାମ୍ନା କରିବାକୁ ପଡିପାରେ। ଧନଲାଭ ହୋଇପାରେ।

Google

ମିଥୁନ ରାଶି –

ମିଥୁନ ରାଶିରେ ବୃହସ୍ପତି ଅଷ୍ଟମ ସ୍ଥାନରେ ଅବସ୍ଥାନ କରିବେ। ଏହା ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ନୁହେଁ। ଆକସ୍ମିକ ରୂପରେ ଧନଲାଭ ହୋଇପାରେ। କିନ୍ତୁ ହାନୀ ହେବାର ସମ୍ଭାବନା ରହିଛି। ବାହନ ଚଳାଚଳ ସମୟରେ ସାବଧାନ ରହିବା ଆବଶ୍ୟକ। କାର୍ଯ୍ୟରେ ଶୀଘ୍ରତା କରନ୍ତୁ ନାହିଁ। ଉଚିତ ଢଙ୍ଗରେ ନିଷ୍ପତ୍ତି ନିଅନ୍ତୁ।

କର୍କଟ ରାଶି –

ଏହି ରାଶିର ସପ୍ତମ ଭାବରେ ବୃହସ୍ପତି ପାରିବାରିକ ସମ୍ବନ୍ଧ ପାଇଁ ଉତ୍ତମ ସାବ୍ୟସ୍ତ ହେବେ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ହେବାର ସମ୍ଭାବନା ରହିଛି। କ୍ରୋଧ ବଢିପାରେ। ତର୍କ ବିତର୍କରୁ ଦୂରେଇ ରୁହନ୍ତୁ। ଧନ ପ୍ରାପ୍ତି ହୋଇପାରେ।

ସିଂହ ରାଶି –

ସିଂହ ରାଶିର ଲୋକଙ୍କୁ ଶତ୍ରୁଙ୍କ ଠାରୁ ସାବଧାନ ରହିବାର ଆବଶ୍ୟକତା ରହିଛି। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶତ୍ରୁ ସକ୍ରିୟ ରହି ପାରନ୍ତି। ପୁରୁଣା ବନ୍ଧୁଙ୍କ ଠାରୁ ଲାଭ ମିଳିପାରେ। ବ୍ୟାପାରିକ କାର୍ଯ୍ୟରେ ବୃଦ୍ଧି ହେବା ସହିତ ଲାଭ ମିଳିବ।

କନ୍ୟା ରାଶି –

କନ୍ୟା ରାଶିର ଲୋକଙ୍କ ପାଇଁ ବୃହସ୍ପତି ଅତ୍ୟନ୍ତ ଶୁଭ ରହିବେ। ଧନ ଲାଭ ହେବା ସହିତ ଯଶ କୀର୍ତ୍ତି ବୃଦ୍ଧି ହେବ । ଆୟରେ ବୃଦ୍ଧି ହେବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

Google

ତୁଳା ରାଶି –

ତୁଳା ରାଶି ବୃହସ୍ପତିର ଶତ୍ରୁ ଗ୍ରହ ଶୁକ୍ର ଗ୍ରହର ରାଶି ଅଟେ। ତୁଳାର ଚତୁର୍ଥ ସ୍ଥାନରେ ରହି ଅଶୁଭ ଫଳ ପ୍ରଦାନ କରି ଥାନ୍ତି। ଅନାବଶ୍ୟକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆର୍ଥିକ ଲାଭ ମିଳିବା ସହିତ ହାନୀ ହୋଇପାରେ।

ବିଛା ରାଶି –

ବିଛା ରାଶିର ଲୋକଙ୍କ ପାଇଁ ମକରର ବୃହସ୍ପତି ଅତ୍ୟନ୍ତ ଶୁଭ ରହିବେ। କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବ। କିନ୍ତୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖି କାର୍ଯ୍ୟ କରନ୍ତୁ ତାହେଲେ ଆପଣଙ୍କର ସବୁ କାର୍ଯ୍ୟ ସୁବିଧାରେ ସମ୍ପନ୍ନ ହେବ ଏବଂ ସଫଳତା ମିଳିବ।

ଧନୁ ରାଶି –

ଧନୁ ରାଶିର ଲୋକଙ୍କ ପାଇଁ ମକରର ବୃହସ୍ପତି ଧନର ଭାବରେ ସ୍ଵାମୀ ଅଟନ୍ତି। ଏଥିପାଇଁ ଧନଲାଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଘରେ ମଙ୍ଗଳ କାର୍ଯ୍ୟ ହେବ ଏବଂ ସୁଖଦ ଯାତ୍ରା ହେବାର ଯୋଗ ରହିଛି ।

ମକର ରାଶି –

ମକର ରାଶିର ଲୋକଙ୍କୁ ବୃହସ୍ପତିର ଅବସ୍ଥାନ ଯୋଗୁଁ ଅଧିକ ଚିନ୍ତା ଗ୍ରାସ କରି ପାରେ। ଅନାବଶ୍ୟକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ଆଘାତ ଲାଗିପାରେ, ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ବିବାଦରେ ପଡି ପାରନ୍ତି।

କୁମ୍ଭ ରାଶି –

କୁମ୍ଭ ରାଶିରେ ବୃହସ୍ପତି ଦ୍ଵାଦଶ ସ୍ଥାନରେ ଅବସ୍ଥାନ କରିବେ। ଅନାବଶ୍ୟକ ଖର୍ଚ୍ଚ ବଢିପାରେ। ମନରେ କ୍ରୋଧର ଭାବନା ଆସିପାରେ। ଏହାର ପ୍ରଭାବ ପରିବାର ଉପରେ ପଡିପାରେ। ବାହାରର ସମସ୍ୟାକୁ ଘରେ ସାମିଲ କରାନ୍ତୁ ନାହିଁ। ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ ରାଶି –

ମୀନ ରାଶିର ଲୋକଙ୍କ ପାଇଁ ବୃହସ୍ପତିର ଲାଭ ଭାବ ଆସିବ। ମଙ୍ଗଳ କାର୍ଯ୍ୟ ହେବ। ଧନ ବୃଦ୍ଧି ହୋଇପାରେ। ଆୟର ଏକାଧିକ ସ୍ତୋତ୍ର ବନିବ। ବୃହସ୍ପତିଙ୍କ ଆଗମନରେ ଘରେ ସୁଖଶାନ୍ତିର ବାତାବରଣ ରହିବ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button