ଗିନିଜ ଓ୍ୱାର୍ଲ୍ଡ ରେକର୍ଡରେ ମେଗାଷ୍ଟାର୍ ଚିରଞ୍ଜୀବୀ

ଇତିହାସ ରଚିଲେ ସାଉଥ ଅଭିନେତା ଚିରଞ୍ଜୀବୀ। ଗିନିଜ ଓ୍ୱାର୍ଲ୍ଡ ରେକର୍ଡରେ ପାଇଲେ ସ୍ଥାନ। ସବୁଠାରୁ ସଫଳ ତଥା ଦକ୍ଷ ଫିଲ୍ମ ଷ୍ଟାର ରୂପେ ସେ ଏଥିରେ ସ୍ଥାନ ପାଇଛନ୍ତି। ମେଗାଷ୍ଟାର ରୂପେ ପରିଚିତ ଚିରଞ୍ଜୀବୀଙ୍କୁ ବଲିଉଡ ଅଭିନେତା ଆମୀର ଖାନ୍ଙ୍କ ଉପସ୍ଥିତିରେ ଗିନିଜ ଓ୍ୱାର୍ଲ୍ଡ ରେକର୍ଡର ପ୍ରତିନିଧିମାନେ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି।
ଏହି ସାର୍ଟିଫିକେଟରେ ଉଲ୍ଲେଖ ଯେ, ଅଭିନେତା ତଥା ନୃତ୍ୟଶିଳ୍ପୀ କୋନିଡେଲା ଚିରଞ୍ଜୀବୀ ହେଉଛନ୍ତି ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ତାରକା। ସେ ୨୦ ସେପ୍ଟେମ୍ବର ୨୦୨୪ରେ ଏହି ସଫଳତା ହାସଲ କରିଛନ୍ତି। ହାଇଦ୍ରାବଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚିରଞ୍ଜୀବୀଙ୍କୁ ସମ୍ମାନୀତ କରାଯାଇଛି।
ଚିରଞ୍ଜୀବୀଙ୍କ ଦମ୍ଦାର ଡ୍ୟାନ୍ସ ସ୍କିଲ୍ର ପ୍ରଶଂସା କରି ଅଭିନେତା ଆମୀର ଖାନ୍ କହିଛନ୍ତି, ‘ଯଦି ଆପଣଙ୍କ ତାଙ୍କର ଯେକୌଣସି ବି ଗୀତ ଦେଖନ୍ତି, ତେବେ ଆପଣ ଜାଣିବେ ଯେ ସେ କେଉଁ ପ୍ରକାରର ମହାନ୍ ଡ୍ୟାନ୍ସର। ସେ ଭରପୁର ଉପଭୋଗ କରି ନାଚନ୍ତି। ଏଥିରେ ନିଜକୁ ହଜାଇ ଦିଅନ୍ତି। ତାଙ୍କ ଡ୍ୟାନ୍ସ ସମସ୍ତଙ୍କୁ ଦିଓ୍ୱାନା କରେ। ଆମ ଆଖି ତାଙ୍କ ଉପରୁ ହଟେ ନାହିଁ। ଆମେ ସମସ୍ତେ ମଧ୍ୟ ତାଙ୍କ ଡ୍ୟାନ୍ସର ପ୍ରଶଂସକ ଅଟୁ।’