କ୍ରାଇମ

୮ଥର ଟ୍ରାକ୍ଟର ଚଢ଼ାଇ ହତ୍ୟା କରିବା ପରେ ପୁଲିସ ସାମ୍ନାରେ ଏଭଳି ‌ସଫେଇ ଦେଇଛି ଗିରଫ ଭାଇ – Utkal Mail


ଜୟପୁର: ରାଜସ୍ଥାନର ଭରତପୁରରେ ଜମି ବିବାଦକୁ ନେଇ ଜଣେ ବ୍ୟକ୍ତି ନିଜ ଭାଇକୁ ସର୍ବସମ୍ମୁଖରେ ୮ ଥର ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଥିବାର ବର୍ବର କାଣ୍ଡ ଆଲୋଡନ ସୃଷ୍ଟି କରିଥିଲା। ଏହି ହତ୍ୟା ଘଟଣାରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ନେଇଥିଲା। ଗିରଫ ପରେ ଅଭିଯୁକ୍ତ ନାମ ଦାମୋଦର ବୋଲି ଜଣାପଡ଼ିଛି।

ଭାଇର ମୃତ୍ୟୁ ହେବା ଘଟଣାକୁ ନେଇ ଦା‌ମୋଦର କହିଛି, ‘ଜିମି ବିବାଦକୁ ନେଇ ଝଗଡ଼ା ହେବା ପରେ ମୁଁ ରାଗରେ ଟ୍ରାକ୍ଟର ଉପରେ ଚଢ଼ି ଯାଇଥିଲି। ଏହି ସମୟରେ ଭାଇ ତଳେ ପଡ଼ି ଯାଇଥିଲା। ମୁଁ ତାହା ଜାଣି ନପାରି ଟ୍ରାକ୍ଟର ଚଢ଼ାଇ ଦେଇଥିଲି। ତେବେ ଚକା ତଳେ ସେ ପଡ଼ିଯାଇଥିବା ହେତୁ ଟ୍ରାକ୍ଟରଟି ଆଗକୁ ବଢ଼ି ନଥିଲା। ତେଣୁ ମୋତେ ଗାଡ଼ିକୁ ଅଗପଛ କରିବାକୁ ପଡ଼ିଥିଲା। ଯାହା ହୋଇଛି ମୁଁ ଜାଣିବୁଛି କିଛି କରିନାହିଁ।’

ପ୍ରକାଶିତ ରିପୋର୍ଟ ମୁତାବକ, ଭରତପୁରର ଏକ ଜମିକୁ ନେଇ ଦୁଇ ପରିବାର ବାହାଦୂର ସିଂ ଏବଂ ଅତର ସିଂଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। କିଛି ଦିନ ଧରି ଚାଲିଆସୁଥିବା ଏହି ବିବାଦ ହିଂସାତ୍ମକ ହେବା ପରେ ଉଭୟ ପରିବାର ପଥର ଓ ବାଡ଼ିରେ ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଏହି ସମୟ‌ରେ ନିରପତ ତଳେ ପଡ଼ିଯିବା ଦେଖି ତାଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଦେଇଥିଲେ ଦାମୋଦର। ଏହି ଘଟଣାରେ ୧୦ଜଣ ଆହତ ହୋଇଥିଲେ। ଟ୍ରାକ୍ଟରରୁ ଓହ୍ଲାଇ ଆସିବାକୁ ଦାମୋଦରକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ବୁଝାଇଥିଲେ ମଧ୍ୟ ସେ ନିରପତ ଉପରେ ଟ୍ର‌ାକ୍ଟର ଚଢ଼ାଇ ଚାଲିଥିଲେ।

ତେବେ ପୁଲିସ ସମ୍ମୁଖରେ ଦାମୋଦରର ଏଭଳି ସଫେଇ ଶୁଣି କ୍ରୋଧିତ ହୋଇଯାଇଛନ୍ତି ନିରପତଙ୍କ ପରିବାରଲୋକ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button