ଜୀବନଶୈଳୀ

ରାତିରେ ଶୋଇବା ପୂର୍ବରୁ ଖାଇ ଦିଅନ୍ତୁ ଦୁଇଟି ଖଜୁରୀ ! ଆଉ ତାପରେ ଯାହା ହେବ ଆପଣ ଭାବି ବି ନଥିବେ

ନମସ୍କାର ବନ୍ଧୁଗଣ ତେବେ ଯେତେବେଳେ ଥଣ୍ଡା ଋତୁ ଆସିଥାଏ ତ ଅନେକ ପ୍ରକାର ର ରୋଗ ର ଆଶଙ୍କା ବଢ଼ିଯାଇଥାଏ । ଏପରି ସମୟ ରେ ଖଜୁରୀ ସେବନ କରିବା ଦ୍ୱାରା ଏପରି ସମସ୍ୟା ରୁ ଉପଶମ ମିଳିଥାଏ । ସୁସ୍ଥ ରହିଵା ପାଁଇ ଖଜୁରୀ ସେବନ ନିତାନ୍ତ ଆବଶ୍ୟକ ଅଟେ । ଏହା ଶରୀର କୁ ସୁସ୍ଥ ରଖିଥାଏ । ତେବେ ଏଥିରେ ପ୍ରଚୁର ପରିମାଣରେ ଆଇରନ ଥାଏ । ଏହାସହିତ ଏଥିରେ ପ୍ରଚୁର ପରିମାଣରେ ପଟାସୀୟମ, ଫାଇବର, ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଡି ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ । ଯେଉଁଥିରେ ଆଣ୍ଟି ଇନ୍ଫ୍ଲେଟିଭ ଏବଂ ଆଣ୍ଟି ଇଁଫ୍ଲାମେଟରି ଗୁଣ ରହିଥାଏ ।

ଖଜୁରୀ ଆମ ଶରୀରକୁ ଅଧିକ ଶକ୍ତିଶାଳୀ କରିଥାଏ । ଏଥିରେ ପ୍ରାକୃତିକ ସୁଗାର ରହିଥାଏ । ଏହାସହିତ ଖଜୁରୀ ରେ ପଟାସୀୟମ ରହିଥାଏ । ଯାହା ଶରୀରର ସୁଗାରକୁ ଶକ୍ତିରେ ବଦଳେଇ ଥାଏ । ଯଦି ଆପଣ ପ୍ରତ୍ୟେକଦିନ ଜଳଖିଆରେ ଖଜୁରୀକୁ ସାମିଲ କରିବେ, ତାହେଲେ ଆପଣ ନିଜକୁ ଶକ୍ତିବାନ ଅନୁଭବ କରିବେ ଏବଂ ଆପଣଙ୍କୁ ଦିନସାରା ଥକା ଅନୁଭବ ହେବ ନାହିଁ ।

ଏହାଦ୍ବାରା କୋଷ୍ଠ କାଠିନ୍ୟ ଦୂର ହୋଇଥାଏ । ଖଜୁରୀରେ ସଲିଭିନ ଫାଇବର ରହିଥାଏ, ଯାହା ଶରୀର ପାଇଁ ଲାଭକାରୀ ହୋଇଥାଏ । ଏହାଦ୍ବାରା ଖାଦ୍ୟନଳୀରେ ଖାଦ୍ୟ ସହଜରେ ପାସ କରିଥାଏ ଏବଂ ଝାଡ଼ା ସଫା ହୋଇଥାଏ । ଯେଉଁମାନଙ୍କର କୋଷ୍ଠ କାଠିନ୍ୟ ରହିଛି ସେମାନେ ରାତିରେ ୪ ରୁ ୫ ଟି ଖଜୁରୀ ପାଣିରେ ଭିଜେଇ ରଖି ଦିଅନ୍ତୁ । ସକାଳେ ଏହାର ମଞ୍ଜି ବାହାରକରି ପାଣି ସହିତ ଜୁସ ତିଆରି କରିବେ । ଜୁସକୁ ଖାଲି ପେଟରେ ସେବନ କଲେ ପୁରୁଣା କୋଷ୍ଠ କାଠିନ୍ୟ ରୋଗ ଭଲ ହୋଇଯିବ ।

ତେବେ ଯେଉଁ ଲୋକଙ୍କ ହେମୋଗ୍ଲୋବିନର ମାତ୍ରା କମି ଯାଇଛି, ସେମାନଙ୍କୁ ଖଜୁରୀର ସେବନ କରିବା ଉଚିତ । ଖଜୁରୀରେ ଆଇରନର ପରିମାଣ ଅଧିକ ରହିଥାଏ । ଏହାସହିତ ଏଥିରେ ଭିଟାମିନ ସି ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ । ଯାହା ଶରୀରରେ ଆଇରନ ଶୋଷଣ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନଙ୍କୁ ରକ୍ତହୀନତା ରହିଛି ସେମାନେ ଖଜୁରୀକୁ କ୍ଷୀର ସହିତ ମିଶେଇ ସେବନ କରିବା ଉଚିତ । ଖଜୁରୀରେ ଏପରି କିଛି ଉପାଦାନ ରହିଥାଏ । ଯାହା ମାଆ ଏବଂ ଶିଶୁଙ୍କ ପାଇଁ ଜରୁରୀ ହୋଇଥାଏ । ଗର୍ଭବତୀ ମହିଳାଙ୍କୁ ଦିନରେ ଭୋକ ଲାଗିଲେ ଦୁଇଟିରୁ ଚାରୋଟି ଖଜୁରୀ ସେବନ କରିବା ଉଚିତ ।

ଖଜୁରୀରେ ଏଭଳି କିଛି ଉପାଦାନ ରହିଛି ଯାହା ହୃତପିଣ୍ଡକୁ ସୁସ୍ଥ ରଖିଥାଏ । ଏଥିରେ ଅଳ୍ପ ମାତ୍ରାରେ ସୋଡିୟମ ଏବଂ ଅଧିକ ମାତ୍ରାରେ ପଟାସିୟମ ରହିଥାଏ । ଯାହା ଶରୀରର ରକ୍ତଚାପକୁ ନିୟନ୍ତ୍ରଣ ରଖିଥାଏ । ଯଦି ଆପଣ ଦୁଇରୁ ତିନୋଟି ଖଜୁରୀ ପ୍ରତିଦିନ ସେବନ କରୁଛନ୍ତି ତାହେଲେ ଆପଣଙ୍କ ଶରୀର ସୁସ୍ଥ ରହିବ । ଖଜୁରୀ ମଧ୍ୟରେ ଭିଟାମିନ ଡି ରହିଥାଏ । ଯାହା ଆମ ଶିରା ପ୍ରଶିରାକୁ ସୁସ୍ଥ ରଖିଥାଏ । ଖଜୁରୀ ମଧ୍ୟରେ ପଟାସିୟମ ରହିଥାଏ, ତାହା ଆମ ଶରୀରକୁ ସବୁବେଳେ ଆଲର୍ଟ ରଖିଥାଏ ।

ଯେଉଁ ମାନଙ୍କୁ ଯଦି ନିଦ ଆସୁ ନଥାଏ ତାହେଲେ ସେମାନେ ଯଦି ଖଜୁରୀର ସେବନ କରନ୍ତି ତାହେଲେ ନିଦ ଭଲଭାବରେ ଆସିଥାଏ । ଖଜୁରୀ ସେବନ କଲେ ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ ଏବଂ ଆଖି ସୁସ୍ଥ ରହିଥାଏ । ଯେଉଁ ଲୋକମାନଙ୍କର ଓଜନ ବଢ଼ୁ ନାହିଁ, ସେମାନେ ଖଜୁରୀର ସେବନ କଲେ ଓଜନ ବଢ଼ିଥାଏ । ନିଜର ଓଜନ ବଢେଇବା ପାଇଁ ଚାହୁଁଥଲେ ରାତିରେ ଦଶଟି ଖଜୁରୀ ପାଣିରେ ଭିଜେଇ ଦିଅନ୍ତୁ ଏବଂ ସକାଳେ କ୍ଷୀର ସହ ସେବନ କରନ୍ତୁ ।

ଓଜନ ଖୁବ୍ ଶୀଘ୍ର ବଢ଼ି ଯାଇଥାଏ । ଯଦି ଶିଶୁ ମାନେ ଦୁର୍ବଳ ହୋଇଯିବେ, ତାହେଲେ ତାଙ୍କୁ ଖଜୁରୀ ସହ ମହୁ ମିଶେଇ ପେଶି ଖାଇବାକୁ ଦିଅନ୍ତୁ । ଏହାବ୍ୟତୀତ ଯେଉଁ ଶିଶୁମାନେ ରାତିରେ ପରିସ୍ରା କରୁଛନ୍ତି ସେମାନଙ୍କୁ ଖଜୁରୀ ସେବନ କରାଇଲେ ଏଥିରୁ ମୁକ୍ତି ମିଳିଥାଏ । ଶେଷରେ ହେଉଛି ମହିଳା ମାନଙ୍କର ମାସିକ ଧର୍ମ ଠିକ କରିଥାଏ । ଯେଉଁ ମହିଳା ମାନଙ୍କର ମାସିକ ଋତୁସ୍ରାବ ଠିକ ଭାବରେ ହେଉ ନଥାଏ, ସେମାନଙ୍କୁ ଖଜୁରୀ ସେବନ କରିବା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button