ବ୍ୟବସାୟ

ରିଲାଏନ୍ସ ବୋର୍ଡରେ ମୁକେଶଙ୍କ ତିନି ସନ୍ତାନ – Utkal Mail


ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଓ ଅନନ୍ତ ଏବଂ ଝିଅ ଇଶାଙ୍କୁ କମ୍ପାନି ବୋର୍ଡରେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିବା ପ୍ରସ୍ତାବକୁ ଅଂଶଧନକାୀଙ୍କ ଅନୁମୋଦନ ମିଳିଛି। ଅନନ୍ତଙ୍କ ବୟସ ୨୮ ବର୍ଷ ହୋଇଥିବାରୁ ତାଙ୍କୁ ବୋର୍ଡରେ ସାମିଲ କରିବାକୁ ନେଇ ଆପତ୍ତି ଉଠିବ ବୋଲି ଚର୍ଚ୍ଚା ହେଉଥିଲା। ଇଶା ଅମ୍ବାନି ୯୮.୨୧ ପ୍ରତିଶତ ଭୋଟ ପାଇଥିବା ବେଳେ ଆକାଶଙ୍କୁ ୯୮.୦୬ ପ୍ରତିଶତ, ଅନନ୍ତ ଅମ୍ବାନିଙ୍କୁ ୯୨.୭୫ ପ୍ରତିଶତ ଭୋଟ୍ ମିଳିଛି। ଏହା ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୬ତମ ବାର୍ଷିକ ସାଧାରଣ ବୈଠକରେ କଂପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଥିଲେ ଯେ ତାଙ୍କ ପତ୍ନୀ ନୀତା ଅମ୍ବାନି କଂପାନିର ବୋର୍ଡରୁ ଇସ୍ତଫା ଦେଇଛନ୍ତି ଓ ସେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ କାର୍ଯ୍ୟ ଜାରି ରଖିବେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button