ଗଞ୍ଜାମ: ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା ରାଗିଂ ଘଟଣା। ଘଟଣାରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ବଡ କାର୍ଯ୍ୟାନୁଷ୍ଠାନ। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୯ ଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିନ କରାଯାଇଛି।
ବ୍ରହ୍ମପୁରରେ ଦୁଇ ଦୁଇଟି ରେଗିଂ ଘଟଣା। ରାଗିଂ ଘଟଣା ପରେପୋଲିସର କଡା କାର୍ଯ୍ୟାନୁଷ୍ଠାନ। ପ୍ରଥମେ ବିନାୟକ ଆଚାର୍ଯ୍ୟ କଲେଜରେ ରେଗିଂ ଘଟଣାରେ ୧୨ଜଣଙ୍କୁ କଲେଜରୁ ବହିଷ୍କାର କରାଯାଥିବା ବେଳେ ଏବେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଗିଂ ଘଟଣାରେ ୯ ଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିନ କରାଯାଇଛି। ଏହି ଘଟଣାରେ ବିଦ୍ୟାଳୟର ଏଣ୍ଟି ରାଗିଂ କମିଟି ରାଗିଂ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ରିପୋର୍ଟ ଦେବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେପଟେ ସହରରେ ସପ୍ତାହରେ ହୋଇଥିବା ଦୁଇ ଦୁଇଟି ରାଗିଂ ଘଟଣା ପରେ ବିଜେପିର ଏକ ତଥ୍ୟ ଅନୁସନ୍ଧାନ ଟିମ ଗଠନ ହୋଇଛି। ଏହି ଟିମ ବ୍ରହ୍ମପୁରର ବିଭିନ୍ନ କଲେଜରେ ପହଞ୍ଚି ରାଗିଂଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସଚେତନତା ରହିଛି ତାହା ପଚାରି ବୁଝିବା ସହ କଲେଜ କର୍ତ୍ତୃପକ୍ଷଙ୍କ ସହ ରାଗିଂ ଘଟଣାକୁ ନେଇ ଆଲୋଚନା କରିଛନ୍ତି। ବିଭିନ୍ନ ସ୍ଥାନରେ ରାଗିଂକୁ ସଚେତନତା ବାର୍ତ୍ତା ଲଗାଇବା ସହ ଏଣ୍ଟି ରାଗିଂ କମିଟିର ଫୋନ ନମ୍ବର ଲଗାଯାଇଛି। ଯାହାଫଳରେ ଯଦି କେହି ଛାତ୍ରୀ ରାଗିଂର ଶୀକାର ହେଉଛନ୍ତି ତେବେ ସେମାନେ ବିନା ଭୟରେ ନିଜର ଅଭିଯୋଗକୁ ଜଣାଇପାରିବେ।
ତେବେରାଗିଂକୁ ନେଇ ଦୁଇଟି କଲେଜର ବଡ଼ କାର୍ଯ୍ୟାନୁଷ୍ଠାନ ପରେ ସହରରେ ରହିଥିବା ଅନ୍ୟ କଲେଜରେ ଏହି ରାଗିଂ ଆଉ ହେଉଛି କି ନାହିଁ ଏବେ ତାହା ଉପରେ ସମସ୍ତଙ୍କ ନଜର।