ମନୋରଞ୍ଜନ

ସଲ୍‌ମାନଙ୍କ ‘ଟାଇଗର୍‌-୩’ ଗୀତରେ ଠୁମ୍‌କା ମାରି ମନ କିଣିନେଲେ ‘ବଜରଙ୍ଗୀ ଭାଇଜାନ୍‌’ର ମୁନ୍ନି – Utkal Mail


ମୁମ୍ବାଇ: ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ଙ୍କ ଅଭିନୀତ ‘ବଜରଙ୍ଗୀ ଭାଇଜାନ୍‌’ ଚଳଚ୍ଚିତ୍ରର ସେଇ କୁନି ଝିଅ ମୁନ୍ନି କଥା ମନେ ପଡ଼ୁଛି କି? ୨୦୧୫ ମସିହାରେ ଆସିଥିବା ଏହି ଚଳଚ୍ଚିତ୍ରରେ ମୁନ୍ନି ଅର୍ଥାତ ହର୍ସାଳି ମଲ୍‌ହୋତ୍ରା ନିଜର ନିଖୁଣ ଅଭିନୟରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଥିଲେ। ଆଜି ସେଇ କୁନି ଝିଅ ବଡ଼ ହୋଇଯାଇଛନ୍ତି। ସାମାଜିକ ଗଣମାଧ୍ୟମରେ ବେଶ୍‌ ସକ୍ରିୟ ଥିବା ହର୍ସାଳି ପ୍ରତିଦିନର କାର୍ଯ୍ୟକଳାପ ବିଷୟରେ ପ୍ରଶଂସକଙ୍କୁ ନିଜ ପୋଷ୍ଟ ମାଧ୍ୟମରେ ଜଣାଇଥାନ୍ତି। ଏବେ ସେ ସଲ୍‌ମାନ ଖାନ୍‌ଙ୍କ ‘ଟାଇଗର୍‌-୩’ ଫିଲ୍ମର ଏକ ଗୀତରେ ନୃତ୍ୟ ପରିବେଷଣ କରି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିବା ପରେ ତାଙ୍କୁ ବହୁ ଗ୍ରହଣୀୟତା ମିଳିଛି। ଅନେକ ପ୍ରଶଂସକ ତାଙ୍କୁ ଭବିଷ୍ୟତର ସୁପର୍‌ଷ୍ଟାର୍‌ ବୋଲି କହୁଛନ୍ତି।

 

ବର୍ତ୍ତମାନ ଏହି ଗୀତରେ ହର୍ସାଳି ମଲହୋତ୍ରା ଏକ ସୁନ୍ଦର ନୃତ୍ୟ କରିବା ସହ ଭାଇଜାନଙ୍କୁ ‘ମୁନ୍ନି’ ଚରିତ୍ର ପାଇଁ କୃତଜ୍ଞତା ଜଣାଇଛନ୍ତି। ଆଜି ସେ ଯାହାବି ‌ହୋଇପାରିଛନ୍ତି ସଲ୍‌ମାନଙ୍କ ପାଇଁ ବୋଲି ନିଜ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି। ହର୍ସାଳି ଏକ ଧଳା ଟପ୍ ଏବଂ ହଟ୍‌ ପ୍ୟାଣ୍ଟରେ ବହୁତ ସୁନ୍ଦର ଦେଖାଯାଉଛି। ତାଙ୍କର ଉଚ୍ଚତା ମଧ୍ୟ ବହୁତ ବଢ଼ିଯାଇଛି। ଏହି ଗୀତରେ ନାଚିବା ବେଳେ ସେ ଏକଦମ ଚମତ୍କାର ଦେଖା ଯାଉଛନ୍ତି।

ଏହି ନୃତ୍ୟ ଭିଡିଓ ସେୟାର କରିବାବେଳେ ହର୍ସାଳି ମାଲହୋତ୍ରା ଲେଖିଛନ୍ତି, ‘‘ସଲମାନ ଖାନଙ୍କ ଗୀତ ମୋତେ ସବୁବେଳେ ଭିନ୍ନ ଆନନ୍ଦ ଦେଇଥାଏ। ମୁନ୍ନି ଚରିତ୍ର ପାଇଁ ମୋତେ ଚୟନ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ। ଆଜି ମୁଁ ଯାହା ବି ଅଛି ଆପଣଙ୍କ ହେତୁ। ଆପଣଙ୍କୁ ବହୁତ ଭଲପାଏ ସଲମାନ ଖାନ ସାର୍।’’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button