ହାତଗୋଡ ଝିମିଝିମି ହେବା ବା ଶୁନ୍ୟପଣ କାହିଁକି ହୋଇଥାଏ ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା

ସୂଚନା ଅନୁସାରେ ଶରୀରରେ ଅଙ୍ଗ ପ୍ରତ୍ଯେଙ୍ଗର ଅନେକ ସମସ୍ଯା ରହିଥାଏ । ସେଥି ମଧ୍ୟରୁ ପ୍ରାୟତଃ ଲୋକଙ୍କ ହାତରେ ଶୂନ୍ୟପଣ କିମ୍ବା ଝିମ୍ ଝିମ୍ ହୋଇଯାଇଥାଏ । ହାତରେ ୩ ପ୍ରକାରର ସ୍ନାୟୁ ରହିଥାଏ । ପ୍ରଥମେ ମେଡିଆନ ସ୍ନାୟୁ, ଦିତୀୟରେ ରାଡିଆଲ ସ୍ନାୟୁ, ଆଲ୍ନାର ସ୍ନାୟୁ ରହିଥାଏ । ଏହି ୩ ସ୍ନାୟୁ ମଧ୍ୟରୁ ଯଦି କୌଣସି ସ୍ନାୟୁରେ ଅସୁବିଧା ରହିଥାଏ । ତେବେ ଆପଣଙ୍କ ହାତରେ ଝିମାଝିମାପଣ ଆସିଥାଏ । ଯଦି ମଣିବନ୍ଧ (wrist) ଯାଇଥିବା ସ୍ନାୟୁ ଉପରେ ଚାପ ପଡିଥାଏ ।
ତେବେ ସେଠାରେ କାର୍ପାଲ ଟର୍ନଲ ସମସ୍ଯା ଆସିଥାଏ । ଏହି ସମସ୍ଯା ରାତି ସମୟରେ ଅଧିକ ମାତ୍ରାରେ ଆସିଥାଏ । ହାତରେ ଦରଜ ଅନୁଭବ ହେବା ସହିତ ଝିମ୍ ଝିମ୍ ହୋଇଯାଇଥାଏ । ଏହି ସମସ୍ଯ୍ଯା ରହୁଥିଲେ । ଡାକ୍ତର ଏହାର ସଠିକ ଚିକିତ୍ସା କରିବା ପାଇଁ ମୁଖ୍ଯତଃ ୩ ଟି ଟେଷ୍ଟ କରାଇଥାନ୍ତି ।
ବ୍ଲଡ୍ ଟେଷ୍ଟ, B12 ଟେଷ୍ଟ କରାଯାଇଥାଏ । ଗଳାର MRI ଟେଷ୍ଟ ଏହା ସହିତ ସ୍ନାୟୁ ମାନଙ୍କର ଅନୁଧ୍ୟାନ କରାଯାଇଥାଏ । ହାତରେ କାର୍ପଲ ଟନଲ ସମସ୍ଯା ବେଳେ ବେଳେ ଅଧିକ ମାତ୍ରାରେ ବଢିଯାଇଥାଏ । ଯେପରି ଗର୍ଭବତୀ ମହିଳା, ଡାଇବେଟିସ ଓ ଥାଇରଏଡ୍ ଏପରି କ୍ଷେତ୍ରରେ ଏହି ସମସ୍ଯା ମୁଖ୍ଯତଃ ବଧିକ ରହିଥାଏ । ଯଦି କହୁଣୀ ପାଖରେ ଥିବା ସ୍ନାୟୁରେ କୌଣସି ଚାପ ପଡି ଦବିଜାଇଥାଏ ।
ତେବେ ଏହାର ପ୍ରଭାବ କାରଣରୁ ହାତର କାଣୀ ଓ ପରୀ ଆଙ୍ଗୁଠିରେ ଶୂନ୍ୟପଣ ଆସିବା ସହ ଦରଜ ହୋଇଥାଏ । ଶରୀରରେ ଭିଟାମିନ୍- B12 ର ଅଭାବ କାରଣରୁ ମଧ୍ୟ ହାତ ବଧୀରା ହେବା ସହ ଝିମ୍ ଝିମ୍ ହୋଇଯାଇଥାଏ । ଏହି ଭିଟାମିନର ଅଭାବ ଭାରତ ବର୍ଷର ଅଧିକାଂଶ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । ଯେଉଁ ମାନେ ଆମିଷ ଖାଇନଥାନ୍ତି ।
ସେମାନଙ୍କ ପାଖରେ ଏହି ଭିଟାମିନର ଅଭାବ ରହିଥାଏ । ପ୍ରାୟତଃ ଯେଉଁ ମାନେ ଆମିଷ ନଖାଇ ନିରାମିଷ ଖାଇବା ସହ କ୍ଷୀରର ସେବନ କରୁନଥିବେ । ସେମାନଙ୍କର ପାଖରେ ଭିଟାମିନ- b12 ର ମାତ୍ରାର ଅଭାବ ରହିଥାଏ । ଭିଟାମିନ- b12 ର ଅଭାବ ପୂରଣ କରିବା ପାଇଁ ଏହାର ଅନୁରୂପକ ଭାବରେ ବଟିକା କିମ୍ବା ଇଂଜେକସନ ମାଧ୍ୟମରେ ଶରୀରକୁ ଯୋଗାଇ ଦିଆଯାଇଥାଏ । ଡାଇବେଟିସ ଓ ଥାଇରଏଡ୍ ରୋଗୀଙ୍କର କ୍ଷେତ୍ରରେ ସ୍ନାୟୁ ଅଧିକ ମାତ୍ରାରେ ଦୁର୍ବଳ ରହିଥାଏ ।
ଯେଉଁ କାରଣରୁ ହାତରେ ଶୂନ୍ୟପଣ ଆସିଥାଏ । ପଛ ବେକରେ ଥିବା ସ୍ନାୟୁ ଉପରେ ଚାପ ପଡିବା କାରଣରୁ ମଧ୍ୟ ତାହାର ପ୍ରଭାବ ହାତ ଉପରେ ପଡ଼ିପାରିଥାଏ । ଏପରି ସମସ୍ଯାମନ ରହିଥିଲେ ଡାକ୍ତରଙ୍କ ପରାମର୍ଶ ନିହାତି ଜରୁରୀ ହୋଇଥାଏ ।