ଦେଶ ବିଦେଶ

ଦିଲ୍ଲୀ ହିଟ୍ ଆଣ୍ଡ୍ ରନ୍ ମାମଲାରେ ନୂଆ ମୋଡ଼, ଯୁବତୀଙ୍କ ସହ ସ୍କୁଟିରେ ଥିଲେ ତାଙ୍କ ବାନ୍ଧବୀ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର କାଞ୍ଝାଓ୍ବାଲା ଅଞ୍ଚଳରେ ଘଟିଥିବା ହିଟ୍ ଆଣ୍ଡ୍ ରନ୍ ମାମଲାରେ ନୂଆ ମୋଡ଼ । ଏହି ଘଟଣା ସମୟରେ ଯୁବତୀଙ୍କ ସ୍କୁଟିରେ ତାଙ୍କ ସହ ଆଉ ଜଣେ ମହିଳା ମଧ୍ୟ ଥିଲେ ।

ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ ଦୁର୍ଘଟଣା ସମୟରେ ଜଣେ ମହିଳା ମଧ୍ୟ ଯୁବତୀଙ୍କ ସହ ସ୍କୁଟିରେ ଥିଲେ, ଯିଏକି ତାଙ୍କ ବାନ୍ଧବୀ ବୋଲି ମନେ କରାଯାଉଛି । ସ୍କୁଟିକୁ କାର୍ ଧକ୍କା ଦେବା ପରେ ସେ ସାମାନ୍ୟ ଆଘାତ ସହ ବର୍ତ୍ତି ଯାଇଥିଲେ। କିନ୍ତୁ ପୋଲିସକୁ ସୂଚନା ଦେବା ପରିବର୍ତ୍ତେ ସେ ଭୟରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। କିନ୍ତୁ ମୃତ ଯୁବତୀଙ୍କ ଗୋଡ଼ କାରରେ ଲାଖି ଯିବାରୁ କାର୍ ସହ ସେ ଟାଣି ହୋଇଯାଇଥିଲେ ।

କାର୍ ତାଙ୍କୁ ପ୍ରାୟ ୧୨ କିଲୋମିଟର ଯାଏ ଘୋଷାଡି ନେଇଥିଲା, ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ମାମଲାରେ ଦିଲ୍ଲୀ ପୋଲିସଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ଏହା ପରେ ସ୍ୱତନ୍ତ୍ର କମିଶନର ଶାଳିନୀ ସିଂଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ପୋଲିସ ଏକ ତଦନ୍ତ କମିଟି ଗଠନ କରି ଯଥାଶୀଘ୍ର ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button