ଓଡିଶା

ଭିମସାର ନିର୍ଦ୍ଦଶେକ ନିଯୁକ୍ତି ପାଇଁ ୫ ଜଣିଆ କମିଟି ଗଠିତ

ସମ୍ବଲପୁର :  ଆସନ୍ତା ୨୮ ତାରିଖରେ ବୁର୍ଲ। ଭିମସାର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଲଳିତ ମେହେରଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି ପରିପ୍ରେକ୍ଷୀରେ ନୂତନ ନିର୍ଦ୍ଦେଶକ ନିଯୁକ୍ତି ନେଇ ଆଜି ରାଜ୍ୟ ସରକାର ୫ ଜଣିଆ କମିଟି ଗଠନ କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ସଚିବ ଶାଳିନୀ ପଣ୍ଡିତ ଆବାହକ ଥିବା ବେଳେ ଭୁବନେଶ୍ବର ଏମସର ନିର୍ଦ୍ଦେଶକ ସଦସ୍ୟ ରହିଛନ୍ତି। ସେହିପରି କିମସ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ସୁବ୍ରତ ଆଚାର୍ଯ୍ୟ ଏବଂ ସୋଆ କୁଳପତି ତଥା ଏମସର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର ମନୋନୀତ ବିଶେଷଜ୍ଞ ସଦସ୍ୟ ରହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button