ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ – Utkal Mail

ସୋର,31/8 : ସୋର ବ୍ଲକ କେଦାରପୁର ପଞ୍ଚାୟତ କେଦାରପୁର ଗ୍ରାମର ଜଣେ ଚାଷୀ ବିଲରେ ସାର ପକାଇବାକୁ ଯାଇ ଅଂଶୁଘାତରେ ମୃତ୍ୟୁବରଣ କରିଥିବା ଜଣାଯାଇଛି. ଏହି ଗ୍ରାମର ଚାଷୀ ଭରତ ସାହୁ (୬୪) ଆଜି ମଧ୍ୟାହ୍ନରେ ବିଲରେ ସାର ପକାଉଥିଲେ. କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ବିଲକୁ ଯାଇଥିଲେ. ଆଜି ପ୍ରବଳ ଖରା ସହିତ ଗୁଳୁଗୁଳି ହେଉଥିବାରୁ ଭରତ ବିଲରେ ମୁହଁ ମାଡି ପାଣିରେ ପଡ଼ିଥିବା ବେଳେ ଦେହରୁ ଚମଡା ଉତୁରି ଯାଇଥିଲା.ପରିବାର ଲୋକେ ଏବଂ ଗ୍ରାମବାସୀ ତାଙ୍କୁ ତୁରନ୍ତ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ. ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ. ଅପରାହ୍ନରେ ଖବରପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ୫୬/୨୩ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି. ତେବେ ଭରତଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଥିବା ଡାକ୍ତର ସନ୍ଦେହ କରିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି.
