ତୁମ ଏତେ ଶୀଘ୍ର ଚାଲିଯିବ ବୋଲି ଜାଣିଥିଲେ…; ଝିଅକୁ ମନେ ପକାଇ ଏଭଳି ଲେଖିଲେ ବିଜୟଙ୍କ ପତ୍ନୀ – Utkal Mail
ଚେନ୍ନାଇ: କିଛି ଦିନ ତଳେ ତାମିଲ ସିନେମାର ଲୋକପ୍ରିୟ ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ବିଜୟ ଆଣ୍ଟୋନିଙ୍କ ଝିଅଙ୍କର ଝୁଲନ୍ତା ମୃତଦେହ ଘରୁ ଉଦ୍ଧାର ହୋଇଥିଲା। ୧୬ ବର୍ଷର ଝିଅ ଆତ୍ମହତ୍ୟା କରିବା ପରେ ବିଜୟ ଓ ତାଙ୍କ ପରିବାର ସ୍ତବ୍ଧ ହୋଇଯାଇଥିଲେ। ଝିଅର ମୃତ୍ୟୁ ପରେ ବାପା ବିଜୟ ଆଣ୍ଟୋନି କହିଥିଲେ, ଝିଅ ସହ ମୁଁ ବି ମରିଯାଇଛି। ପରିବାର ଉପରେ ଏତେ ବଡ଼ ଦୁଃଖର ପାହାଡ଼ ଭାଙ୍ଗିବା ପରେ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛି ବୋଲି ଲେଖିଛନ୍ତି ବିଜୟଙ୍କ ପତ୍ନୀ ଫାତିମା।
If I’d known u will live only for 16 yrs,
I would have just kept u very very close to me,not even shown you to the sun and moon,am drowning and dying with ur thoughts,can’t live without you ,come back to babba and amma.laara keeps waiting for u,love u Thangam@vijayantony pic.twitter.com/7PAQ5Ji9qp— Fatima Meera Vijay Antony (@mrsvijayantony) October 9, 2023
ଏକ୍ସରେ ନିଜ ଝିଅର ଫଟୋ ସେୟାର କରି ଫାତିମା ନିଜର ଦୁଃଖ ଜଣାଇଛନ୍ତି। ଫାତିମା ଲେଖିଛନ୍ତି, “ଯଦି ମୁଁ ଜାଣିଥାନ୍ତି ତୁମେ କେବଳ ୧୬ବର୍ଷ ବଞ୍ଚିବ, ତେବେ ମୁଁ ତୁମକୁ ମୋର ଅତି ପାଖରେ ରଖିଥା’ନ୍ତି। ତୁମକୁ ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ମଧ୍ୟ ଦେଖାଇ ନ ଥା’ନ୍ତି। ତୁମ କଥା ଭାବି ଭାବି ମୁଁ ଆଉ ବଞ୍ଚିପାରୁନାହିଁ। ବାବା ଏବଂ ଆମ୍ମା ପାଖକୁ ଫେରି ଆସ। ଲାରା ତୁମକୁ ଅପେକ୍ଷା କରିଛି।
ଉଲ୍ଲେଖଯୋଗ୍ୟ, ଚେନ୍ନାଇସ୍ଥିତ ବାସଭବନରେ ବିଜୟଙ୍କ ଝିଅ ମୀରାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଏହାପରେ ମୀରାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ମୀରା ଅବସାଦଗ୍ରସ୍ତ ଥିବାରୁ ଔଷଧ ଖାଉଥିଲେ। ହେଲେ ଅବସାଦ ମୀରାଙ୍କ ଦ୍ବାରା ଏଭଳି କିଛି କରାଇଦେବ ବୋଲି ପରିବାର ଲୋକେ ଚିନ୍ତା କରିନଥିଲେ।