ଦେଶ ବିଦେଶ

ପୁଲୱାମାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଶନିବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି।

କାଶ୍ମୀର ଜୋନ୍ ପୋଲିସ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛି ଯେ ପୁଲୱାମା ଜିଲ୍ଲାର ପରିଗାମ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି। ପୋଲିସ ଓ ସୁରକ୍ଷା ବାହିନୀ ସାହସର ସହିତ ଆତଙ୍କବାଦୀଙ୍କ ସହ ଲଢ଼ୁଛନ୍ତି। ଏହି ଘଟଣାରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି | ,

ଅଧିକାରୀଙ୍କ କହିବାନୁସାରେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ସେନା ପୁଲୱାମା ଜିଲ୍ଲାର ପରିଗାମ ଅଞ୍ଚଳକୁ ଘେରି ତଲାସି ଆରମ୍ଭ କରିଥିଲେ।

ପୋଲିସ କହିଛି, ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ପ୍ରଥମେ କିଛି ସମୟ ଗୁଳି ବିନିମୟ ହୋଇଥିଲା । ଏହା ପରେ ଉକ୍ତ ଅଞ୍ଚଳର ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ପୋଲିସ କହିବାନୁସାରେ, ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ କେହି ମୃତାହତ ହେବାର କୌଣସି ସୂଚନା ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button