ରାଶି କହିପାରେ କେଉଁ ରଙ୍ଗ ଆପଣଙ୍କ ପାଇଁ ହୋଇପାରେ ଶୁଭ ! ଦୀପାବଳିର ପୋଷାକ ବାଛିବା ପୂର୍ବରୁ ଥରେ ପଢ଼ିନିଅନ୍ତୁ
ଆଲୋକର ପର୍ବ ଦୀପାବଳି ପାଇଁ ସବୁଠି ଆନନ୍ଦର ବାତାବରଣ। ସଭିଏଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୀପାବଳିରେ ପ୍ରାୟତଃ ଅଧିକାଂଶ ନୂଆ ହେଉକି ପୁରୁଣା, ଆକର୍ଷଣୀୟ ପୋଷାକ ପିନ୍ଧିବାକୁ ଭୁଲନ୍ତି ନାହିଁ। ଏହି ପାର୍ବଣ ପାଇଁ କିଏ ବା ନିଜର ସର୍ବୋତ୍ତମ ପୋଷାକ ପିନ୍ଧିବାକୁ ଚାହିଁବନି? କିନ୍ତୁ ଆପଣ ଏପର୍ଯ୍ୟନ୍ତ ନିଶ୍ଚିତ ନାହାନ୍ତି ଯେ ଏହି ଦୀପାବଳିରେ କ’ଣ ପିନ୍ଧିବେ ଆଉ କେଉଁ ରଙ୍ଗର ପୋଷାକ ପିନ୍ଧିବେ? ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶି ଅନୁସାରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଆପଣ ସୁନ୍ଦର ଦେଖାଯିବା ସହ ଶୁଭଫଳ ବି ପାଇବେ।
ଉପଯୁକ୍ତ ପୋଷାକ ବାଛିବା ବେଳେ ଜ୍ୟୋତିଷ ଶାସ୍ତ୍ର ଆମକୁ ସହାୟକ ହୋଇଥାଏ- ପ୍ରତ୍ୟେକ ରାଶି ସହିତ ନିର୍ଦ୍ଦିଷ୍ଟ ରଙ୍ଗ ସଂଯୁକ୍ତ ଥାଏ। ଏହି ରଙ୍ଗ ସୁଖ ଓ ସମୃଦ୍ଧିକୁ ଆକର୍ଷିତ କରିଥାଏ ବୋଲି ବିଶ୍ୱାସ କରାଯାଏ। ଆସନ୍ତୁ ଜାଣିବା ଏହି ପାର୍ବଣ ଋତୁରେ କେଉଁ ରାଶିର ବ୍ୟକ୍ତି କେଉଁ ରଙ୍ଗର ପୋଷାକ ପିନ୍ଧିବେ।
ମେଷ: ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲାଲ ଓ ଗାଢ଼ ଲାଲ ରଙ୍ଗ ଶୁଭଦାୟକ। ଏହି ରଙ୍ଗ ଆତ୍ମବିଶ୍ୱାସ ଓ ସାହସର ଏକ ପ୍ରତୀକ, ଏହି ଦୁଇ ରଙ୍ଗର ପୋଷାକ ପିନ୍ଧି ମେଷ ରାଶିର ବ୍ୟକ୍ତି ଦୀପାବଳି ପାଳନ କରିପାରିବେ।
ବୃଷ: ବୃଷ ରାଶି, ପୃଥିବୀ ଓ ସମ୍ବେଦନଶୀଳତାର ପ୍ରତୀକ। ବୃଷ ରାଶି ବ୍ୟକ୍ତି ସବୁଜ ଓ ପେଷ୍ଟେଲ୍ ରଙ୍ଗର ପୋଷାକ ଦୀପାବଳିରେ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଏ।
ମିଥୁନ: ମିଥୁନ ରାଶିର ବ୍ୟକ୍ତି ହଳଦୀ ଓ ହାଲୁକା ନୀଳରଙ୍ଗର ପୋଷାକ ପିନ୍ଧିପାରିବେ। ଏହି ରଙ୍ଗ ମିଥୁନ ରାଶିର ପୁରୁଷ ଓ ମହିଳାଙ୍କ ସ୍ବଭାବ ଓ ପ୍ରକୃତିକୁ ଉପଯୁକ୍ତ ଭାବରେ ପ୍ରତିବିମ୍ବିତ କରେ।
କର୍କଟ: କର୍କଟ ରାଶିର ପୁରୁଷ ଓ ମହିଳା ଧଳା ଓ ରୁପେଲି ରଙ୍ଗର ପୋଷାକ ପରିଧାନ କରିପାରିବେ। ଏହି ରଙ୍ଗଗୁଡ଼ିକ ଶୁଦ୍ଧତା ଏବଂ ଭାବପ୍ରବଣତାର ସନ୍ତୁଳନର ପ୍ରତୀକ ଅଟେ। ଧଳା କିମ୍ବା ରୁପେଲି ପୋଷାକ ପିନ୍ଧିବା ଦ୍ୱାରା ଏହି ଦୀପାବଳିରେ ଶାନ୍ତି ଓ ଭାବପ୍ରବଣତା ଆସେ।
ସିଂହ: ସିଂହ ରାଶିର ବ୍ୟକ୍ତି ସୁନେଲି ଓ ନାରଙ୍ଗୀ ରଙ୍ଗର ପୋଷାକ ପରିଧାନ କରିବା ଶୁଭଦାୟକ। ଏହି ରଙ୍ଗଦ୍ବୟ ଉଷ୍ମତା, ସୃଜନଶୀଳତା ଓ ଆତ୍ମବିଶ୍ୱାସକୁ ନିରନ୍ତର ଭାବରେ ପ୍ରତିଫଳିତ କରେ।
କନ୍ୟା: କନ୍ୟା ରାଶିର ପୁରୁଷ ଓ ମହିଳା ଧୂସର (ମାଟିଆ) ଓ ବାଦାମୀ ରଙ୍ଗର ପୋଷାକ ପରିଧାନ କଲେ ଭଲ । ଏହି ରଙ୍ଗ ବ୍ୟବହାରରେ ସନ୍ତୁଳନତା ଆଣିବା ସହ ଭାବପ୍ରବଣ କରିଥାଏ। ପୁଣି ସ୍ଥିରତାର ପ୍ରତୀକ ଭାବରେ ଉଭା ହୁଏ ।
ତୁଳା: ତୁଳା ରାଶିର ବ୍ୟକ୍ତି ଗୋଲାପୀ ଓ ହାଲୁକା ନୀଳରଙ୍ଗ ପୋଷାକ ପରିଧାନ କରିବା ଶୁଭପ୍ରଦ। ଏହି ରଙ୍ଗଦୁଇଟି ନିରବଚ୍ଛିନ୍ନ ଭାବରେ ସେମାନଙ୍କ ସ୍ବଭାବରେ ସମନ୍ୱୟତା ଓ ସୌନ୍ଦର୍ଯ୍ୟର ଭାବନାକୁ ପ୍ରତିଫଳିତ କରେ।
ବିଛା: ବିଛା ରାଶିର ମହିଳା ଓ ପୁରୁଷଙ୍କ ପାଇଁ ଲାଲ୍ ଓ ଖଇରିଆ ରଙ୍ଗର ପୋଷାକ ଶୁଭଦାୟକ। ଏହି ରଙ୍ଗ ସେମାନଙ୍କର ଗଭୀର ଭାବନା ଶକ୍ତି ଓ ମାନସିକ ଦୃଢ଼ତାକୁ ପ୍ରତିଫଳିତ କରେ।
ଧନୁ: ଧନୁ ରାଶିର ବ୍ୟକ୍ତି ବାଇଗଣୀ ଓ ନୀଳ ରଙ୍ଗର ପୋଷାକ ପରିଧାନ କଲେ ଭଲ। ଏହି ରଙ୍ଗ ଜ୍ଞାନ ଓ ସ୍ୱାଧୀନତା ପାଇଁ ସେମାନଙ୍କର ଅନୁସନ୍ଧିତ୍ସାକୁ ପ୍ରତିଫଳନ କରିଥାଏ।
ମକର: ମକର ରାଶିର ପୁରୁଷ ଓ ମହିଳା କଳା ଓ ଗାଢ ବାଦାମୀ ରଙ୍ଗର ପୋଷାକ ପିନ୍ଧିଲେ ସୁନ୍ଦର ଦିଶିବେ। ଏହା ସେମାନଙ୍କୁ ଅତ୍ୟାଧୁନିକତା ଆଡକୁ ଆକର୍ଷିତ କରିବ। ଏହି ରଙ୍ଗ ସେମାନଙ୍କର ମାନସିକ ଶକ୍ତି ଓ ସ୍ଥିରତାକୁ ପ୍ରତିପାଦିତ କରେ। ଏହି ଦୀପାବଳିରେ ମକର ରାଶିର ବ୍ୟକ୍ତିବିଶେଷ କଳା ଓ ଗାଢ ବାଦାମୀ ରଙ୍ଗ ପୋଷାକ ପରିଧାନ କରିପାରିବେ।
କୁମ୍ଭ: କୁମ୍ଭ ରାଶିର ପୁରୁଷ ଓ ମହିଳା ନୀଳ ଓ ରୁପେଲି ରଙ୍ଗର ପୋଷାକ ପରିଧାନ କରିଲେ ଭଲ। ଏହି ରଙ୍ଗ ସେମାନଙ୍କର ପ୍ରଗତିଶୀଳ ଓ ଭବିଷ୍ୟତବାଦୀ ଚିନ୍ତାଧାରାକୁ ପ୍ରତିଫଳିତ କରେ ।
ମୀନ: ମୀନ ରାଶିର ବ୍ୟକ୍ତି ବିଶେଷ ସମୁଦ୍ର ସବୁଜ ( ସି ଗ୍ରିନ୍) ଓ ହାଲକା ବାଇଗେଣୀ( ଲାଭେଣ୍ଡର) ରଙ୍ଗର ପୋଷାକ ପରିଧାନ କରିବା ଭଲ । ଏହି ରଙ୍ଗ ସେମାନଙ୍କର କଳ୍ପନାବିଳାସିତା ଓ ସହାନୁଭୂତିଶୀଳ ଗୁଣସମୂହକୁ ପ୍ରତିଫଳିତ କରିଥାଏ।