କ୍ଲବରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବିତ ହେଲେ ବରିଷ୍ଠ ଆଇପିଏସ ଅଧିକାରୀ – Utkal Mail
ପାଣାଜୀ: ଗୋଆର ଏକ ନାଇଟ୍ କ୍ଲବରେ ଜଣେ ମହିଳାଙ୍କ ସହ ଅସଦାଚରଣ ଅଭିଯୋଗରେ ଜଣେ ଆଇପିଏସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଗତ ସପ୍ତାହରେ ଏକ ନାଇଟ୍ କ୍ଲବରେ ଜଣେ ମହିଳାଙ୍କ ସହ ଅସଦାଚରଣ ଅଭିଯୋଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୋଆରେ ପୋଷ୍ଟ ହୋଇଥିବା ଜଣେ ଆଇପିଏସ୍ ଅଧିକାରୀଙ୍କୁ ନିଲମ୍ବନ କରିଛି ବୋଲି ଜଣାପଡିଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ଆଦେଶରେ ଦର୍ଶାଯାଇଛି ଯେ ଆଇପିଏସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ଏଜିଏମୟୁଟି କ୍ୟାଡରର ୨୦୦୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏ କୋଆନଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଗୋଆ ସରକାରଙ୍କ ତରଫରୁ ମନ୍ତ୍ରଣାଳୟକୁ ପ୍ରାଥମିକ ଅନୁସନ୍ଧାନ ରିପୋର୍ଟ ଦିଆଯିବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।
ଏହି ଆଦେଶରେ କୁହାଯାଇଛି ଯେ ନିଲମ୍ବନ ସତ୍ତ୍ୱେ ଆଇପିଏସ ଅଧିକାରୀ ଜଣକ ଅନୁମତି ବିନା ମୁଖ୍ୟାଳୟ ଛାଡିପାରିବେ ନାହିଁ।” ଆପଣଙ୍କୁ କହିରଖୁଛୁ ଯେ ପୂର୍ବରୁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଇପିଏସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ୱାସନା ଦେଇଥିଲେ | ଏହି ଘଟଣା ଗୋଆର ବାଗା-କେଲାଙ୍ଗୁଟର ଏକ ନାଇଟ୍ କ୍ଲବରେ ଘଟିଥିଲା | ଆଇପିଏସ ଅଧିକାରୀଜଣକ ମଦ୍ୟପାନ କରିଥିଲେ ଓ ଏହି ସମୟରେ ତାଙ୍କର ଜଣେ ମହିଳାଙ୍କ ସହ ଝଗଡା ହୋଇଥିଲା। ଏହା ପରେ ମହିଳା ଜଣକ ଆଇପିଏସ ଅଧିକାରୀଙ୍କୁ ଚାପୁଡ଼ା ମାରିଥିଲେ। ତା’ପରେ କ୍ଲବରେ ବହୁତ ଗଣ୍ଡଗୋଳ ହୋଇଥିଲା। ମହିଳାଙ୍କ ସହ ଆଇପିଏସ୍ ଅଧିକାରୀଙ୍କର ଅସଦାଚରଣର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।