କ୍ରାଇମ

‘କାମ ଦେବ କହି ନେଇଗଲା ହେଲେ କାମ ବଦଳରେ ମତେ ଘରେ ରଖି ମନ ଇଚ୍ଛା ମୋ ସହ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ଏକ ବ୍ୟକ୍ତି ଙ୍କ ନାମରେ ଅଭିଯୋଗ କରି କହିଛନ୍ତି ଯେ କାମର ଲୋଭ ଦେଖାଇ ଯୁବତୀ ଙ୍କୁ ଡାକି ନେଇଥିଲେ ଏବଂ କାମ ବଦଳରେ ତାଙ୍କୁ ଜୋର ଜବରଦସ୍ତ ରଖି କରିଥିଲେ ନିର୍ଯାତନା । ଯୁବତୀ ଜଣଙ୍କ ବର୍ତ୍ତମାନ ଏ ନେଇ ଭି-ଡି-ଓ କରି ଦେଶବାସୀ ଙ୍କୁ ସାହାର୍ଯ୍ୟ ମାଗିଛନ୍ତି । ଯୁବତୀ ଜଣଙ୍କ ଅଭିଯୋଗ କରି କହିଛନ୍ତି ଯେ ସେହି ବ୍ୟକ୍ତି ଜଣଙ୍କ ତାଙ୍କୁ ବହୁତ ମିସବିହେବ କରୁଛନ୍ତି ଏବଂ ହାଣି ପକାଇଦେବେ ବୋଲି କହୁଛନ୍ତି ।

ଖବର ଅନୁଯାୟୀ ଭୁବନେଶ୍ଵରରେ ରହୁଥିବା ଯୁବତୀ ବିଭିନ୍ନ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାରେ କାମ କରନ୍ତି ଭଦ୍ରକ ଅଞ୍ଚଳର ରାଜା କାମର ଲୋଭ ଦେଖାଇ ଉକ୍ତ ଯୁବତୀ ଙ୍କୁ ଉତ୍ତର ପ୍ରଦେଶ ନେଇଥିଲେ । ଦିନକୁ 2 ହଜାର ଟଙ୍କା ଲୋଭରେ ଉତ୍ତର ପ୍ରଦେଶ ଚାଲିଯାଇଥିଲେ ଯୁବତୀ ଜଣଙ୍କ । ଗୋଟିଏ ମାସର ଚୁକ୍ତି କରି ବାହାରକୁ ଯାଇଥିଲେ ଯୁବତୀ । ଏକମାସ ପୁରି ଯାଇଥିଲେ ମଧ୍ୟ ନା ରାଜା ଟଙ୍କା ଦେଉଛି ନା ଯୁବତୀ ଙ୍କୁ ଓଡିଶା ଆଣୁଛି ।

ଘରକୁ ଯିବାକୁ ବାହାରିଲେ ଯୁବତୀ ଙ୍କୁ ଧମକ ଦେବା ସହିତ ଗୋଟିଏ ଅନ୍ଧାର କୋଠରୀ ଭିତରେ ବନ୍ଦ କରି ରଖିଛି । ଆଉ ବନ୍ଦ କୋଠରୀ ଭିତରେ ସାହାର୍ଯ୍ୟ ମାଗିଛନ୍ତି ଯୁବତୀ ଜଣଙ୍କ । ଯୁବତୀ କହିଛନ୍ତି ଯେ ସେ ଭୁବନେଶ୍ଵରରେ ରୁହନ୍ତି ତଥା ଇଭେଣ୍ଟ ମ୍ୟାନେଜମେଣ୍ଟ କରନ୍ତି । ଅକ୍ଟୋବର ୩୦ ତାରିଖରେ ସେ ଉତ୍ତର ପ୍ରଦେଶ ଆସିଥିଲେ ଫେରିବାର ଥିଲା ଡିସେମ୍ବର ୧ ତାରିଖରେ ତାଙ୍କୁ ଯିଏ ଆଣିଛି ତାଙ୍କ ନାମ ରାଜା ଏବଂ ସେ ଦିନକୁ ୨୦୦୦ କରି ଟଙ୍କା ଦେବେ ବୋଲି କହିଥିଲେ ।

ମାସେ ରହିବା ପରେ ପଳାଇବେ ବୋଲି କହିଥିଲେ କିନ୍ତୁ ତାଙ୍କୁ ଫୋର୍ସ କରି ରଖିଛନ୍ତି ଏବଂ ବହୁତ ହାର-ଆସମେ-ଏଣ୍ଟ କରୁଛନ୍ତି ତଥା ଟ-ଅର୍ଚ-ର କରୁଛନ୍ତି । ଯୁବତୀ ଗୋଡହାତ ଧରି ନେହୁରା ହେଲେ ମଧ୍ୟ ତାଙ୍କୁ ଛାଡୁନାହାଁନ୍ତି । ତାଙ୍କୁ ସେହି ଜାଗାରୁ ଉଦ୍ଧାର କରାଯାଉ ବୋଲି ସେ ନେହୁରା ହୋଇ ସାହାର୍ଯ୍ୟ ମାଗିଛନ୍ତି ।

ଏହି ଖବର ପାଇବା ପରେ ପରିବାର ଲୋକେ ବର୍ତମାନ କମିଶନରେଟ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି । ତାଙ୍କ ମୋବାଇଲ ଲୋକେସନ ଉତ୍ତର ପ୍ରଦେଶ ର ସୋହନପୁର ଅଞ୍ଚଳରେ ଥିବା ପୋଲିସ ର ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button