ଧର୍ମବିଚାର

ପାନ ପତ୍ରର ସରଳ ବ୍ୟବହାର ଦ୍ୱାରା ଦୂର ହେବ ଆପଣଙ୍କ ଆର୍ଥିକ ସଙ୍କଟ

ହିନ୍ଦୁ ଧର୍ମରେ ପୂଜା ପାଠର ବିଶେଷ ମହତ୍ତ୍ୱ ଅଛି। ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଶ୍ରଦ୍ଧାଳୁ ନାନା ପ୍ରକାର ଜିନିଷ ଅର୍ପଣ କରନ୍ତି। ଏହିସବୁ ଜିନିଷ ମଧ୍ୟରୁ ଗୋଟିଏ ହେଲା ପାନ ପତ୍ର। ପାନ ପତ୍ରକୁ ପବିତ୍ର ବୋଲି କୁହାଯାଏ। କୁହାଯାଏ ଯେ ଦେବତାମାନେ ସମୁଦ୍ର ମନ୍ଥନ ସମୟରେ ପାନ ପତ୍ର ପ୍ରୟୋଗ କରି ଭଗବାନ ବିଷ୍ଣୁଙ୍କୁ ଆରାଧନା କରିଥିଲେ। ସେବେଠାରୁ ପୂଜାରେ ପାନ ପତ୍ର ବ୍ୟବହାର କରାଯାଉଛି। ପାନ ପତ୍ରରେ ଦେବା ଦେବୀ ବାସ କରନ୍ତି ବୋଲି କୁହାଯାଏ। ପାନ ପତ୍ରର କିଛି ଉପାୟ ରହିଛି ଯାହାଦ୍ୱାରା ଜୀବନରେ ଆର୍ଥିକ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର କରାଯାଇପାରିବ। ଜ୍ୟୋତିଷଶାସ୍ତ୍ରରେ ପାନ ପତ୍ରର କିଛି ଖାସ ଉପାୟ ସମ୍ପର୍କରେ କୁହାଯାଇଛି।

ଭଗବାନ ହନୁମାନଙ୍କୁ ପ୍ରସନ୍ନ କରିବାକୁ ପାନ ପତ୍ର ବହୁତ ଲାଭଦାୟକ ହୋଇଥାଏ। ମଙ୍ଗଳବାର କିମ୍ବା ଶନିବାର ଦିନ ସ୍ନାନ କରି ମନ୍ଦିର ଯାଆନ୍ତୁ। ମନ୍ଦିରରେ ହନୁମାନଙ୍କୁ ଭଲ ପାନ ବିଡା ଅର୍ପଣ କରନ୍ତୁ। ଏହାଦ୍ୱାରା ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ପାନ ବିଡା ଅର୍ପଣ କରିବା ମାନେ ହେଲା ହନୁମାନ ଆପଣଙ୍କ ସବୁ ସମସ୍ୟାର ଭାର ବହନ କରିବେ।

କୁହାଯାଏ ଯେ ଭଗବାନ ଶିବଙ୍କୁ ବିଶେଷ ପାନ ଅର୍ପଣ କଲେ ଶିବ ପ୍ରସନ୍ନ ହୁଅନ୍ତି। ଶ୍ରାବଣ ମାସରେ ପାନରେ ଗୁଲକନ୍ଦ, ସୁପାରୀ, ପାନମଧୁରୀ, କଥାରେ ତିଆରି ପାନ ମହାଦେବଙ୍କୁ ଅର୍ପଣ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ।

ଯଦି ତାନ୍ତ୍ରିକ କ୍ରିୟା ଦ୍ୱାରା କେହି ଆପଣଙ୍କ ବ୍ୟବସାୟରେ କ୍ଷତି କରିବାକୁ ଚାହୁଁଚି ତାହେଲେ ପାନର ଉପାୟ ଉତ୍ତମ। ଶନିବାର ଦିନ ସକାଳେ ୫ଟି ଅଶ୍ୱସ୍ଥ ପତ୍ର ଓ ୮ଟି ନାଡ଼ଯୁକ୍ତ ପାନ ପତ୍ରକୁ ଗୋଟିଏ ସୁତାରେ ଗୁନ୍ଥି ଦିଅନ୍ତୁ। ଏହାକୁ ନିଜ ଦୋକାନର ପୂର୍ବ ଦିଗରେ ବାନ୍ଧି ଦିଅନ୍ତୁ। ଏହି ଉପାୟ ଲଗାତାର ୫ଟି ଶନିବାର ଯାଏଁ କରନ୍ତୁ। ଏହାପରେ ସେହି ପତ୍ରକୁ କୌଣସି ନଦୀରେ ପ୍ରବାହିତ କରିଦିଅନ୍ତୁ। ଏହି ଉପାୟ ଦ୍ୱାରା ବ୍ୟବସାୟରେ ବାଧା ଦୂର ହେବା ଏବଂ ବିକ୍ରି ବଢିବ।

ଧାର୍ମିକ ଗ୍ରନ୍ଥରେ କୁହାଯାଇଛି ଯେ ପାନ ପତ୍ରରେ ଦେବାଦେବୀ ବାସ କରନ୍ତି। ସେଥିପାଇଁ ପୂଜା ସମୟରେ ପାନ ପତ୍ର ବ୍ୟବହାର କରିବା ଶୁଭ ହୋଇଥାଏ। ଏହାଦ୍ୱାରା ଘରର ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଓ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ରବିବାର ଦିନ ପାନ ପତ୍ର ଧରି ଘରୁ ବାହାରିଲେ ଅଟକି ରହିଥିବା ସବୁ କାମ ଧୀରେ ଧୀରେ ସମ୍ପନ୍ନ ହେବାକୁ ଲାଗେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button