ଓଡିଶା

ସୁରଟରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ଞ୍ଜାମ: ଗଞ୍ଜାମ ପାତ୍ରପୁର ବ୍ଲକରେ ଅଭାବନୀୟ ଘଟଣା ଘଟିଛି। ଜରଡା ଗାଁର ଜଣେ ଯୁବକ କୁଲି ଖଟିବାକୁ ସୁରଟ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଶିବ ଦାଶ ବୋଲି ଜଣାପଡିଛି। ଶିବ ସପ୍ତାହ ତଳେ ଏକ କମ୍ପାନୀରେ କାମ କରିବାକୁ ସୁରଟ ଯାଇଥିଲେ। ବୁଧବାର ରାତିରେ ତାଙ୍କ ଛାତିରେ ବ୍ୟଥା ହେବା ପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ମୃତକଙ୍କ ପରିବାକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଗତ ମାସରେ ପାତ୍ରପୁର ବ୍ଲକ୍ ର ଜଣେ ଆଦିବାସୀ ଶ୍ରମିକଙ୍କର ଦୁବାଇ ରେ ମୃତ୍ୟୁ ଘଟିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button