ଓଡିଶା

ଆମ 40 ଲକ୍ଷ ଦିଅ! Bank ଦୁଆରେ ରାତି ବିତାଇଲେ ଠକାମିର ଶିକାର ହୋଇ 40 ଲକ୍ଷ ହରାଇଥିବା ଏହି ବ୍ୟକ୍ତି… ସମ୍ପୂର୍ଣ୍ଣ ଖବର ଜାଣି ଆପଣ ବି ମୁଣ୍ଡରେ ହାତ ଦେବେ

ବ୍ଯାଙ୍କ ଦ୍ଵାରା ମୁହଁରେ ସୋଇଛନ୍ତି ବୃଦ୍ଧ ଜଣକ । ନା ତାଙ୍କୁ ଠିକ ସେ ସୁଭୂଛି ନା ଦେଖା ଯାଉଛି । ୟାଙ୍କ ର ଏପରି ଅବସ୍ଥାର ଫାଇଦା ଉଠାଇ ବ୍ଯାଙ୍କ ଆକାଉଣ୍ଟରୁ ଜାଲିଆତି କରି 40 ଲକ୍ଷ ଟଙ୍କା ଲୁଟିଆଛନ୍ତି 3 ଜଣ ଦୁର୍ବୁତ୍ତ । ହଁ ଦର୍ଶକ ବନ୍ଧୁ 40 ଲକ୍ଷ ଟଙ୍କା ଫେରି ପାଇବାକୁ ନୟାଗଡ ଦଶପୋଲା ମଧ୍ୟଖଣ୍ଡ ର ଆଇଡିବିଆଇ ବ୍ଯାଙ୍କ ଭିତରେ ରାତି ସାରା ଜଣେ ଗ୍ରାହକ ବାପା ଓ ତାଙ୍କ ପୁଅ ଧାରଣ ଦେଇଛନ୍ତି ।

ଧାରଣା ବେଳେ ବ୍ଯାଙ୍କ କର୍ମଚାରୀ ବ୍ଯାଙ୍କ ଭିତରେ ତାଲା ମାରି ଚାଲି ଯାଇଥିଲେ । ଫଳରେ ରାତି ସାରା ବ୍ଯାଙ୍କ ଭିତରେ ବାପା, ପୁଅ ଆଉ ସମ୍ପର୍କୀୟ ଭିତରେ ରହି ଯାଇଥିଲେ । ନୟାଗଡ ତହସିଲ ମୁକ୍ତାପୁର ବାଏ ପାସ କାମ ପାଇଁ 25 ଡିଶ୍ମିଲ ଦଶପୋଲା ମଧ୍ୟ ଖଣ୍ଡର ରଜନୀ ପ୍ରଧାନ ଙ୍କର ଜମି ଯାଇଛି । ଏଥିପାଇଁ ତାଙ୍କୁ ମିଳିଥିବା 40 ଲକ୍ଷ ଟଙ୍କା ବ୍ଯାଙ୍କ ଆକାଉଣ୍ଟ କୁ ଆସିଥିଲା ।

ହେଲେ ଏହି ଟଙ୍କା କୁ ଜାଲିଆତି କରି ମୁକ୍ତାପୁର ଗାଁ ର 3 ଜଣ ଦୁର୍ବୁତ୍ତ ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହି ଜାଲିଆତି ଘଟଣାରେ ବ୍ଯାଙ୍କ କର୍ମଚାରୀ ଙ୍କ ହାତ ଥିବା ନେଇ ନୟାଗଡ ଟାଉନ ଥାନା ରେ ଅଭିଯୋଗ କରିବା ସହ ଧାରଣା ଦେଇଛନ୍ତି ବାପା ପୁଅ । ଏନେଇ ବ୍ଯାଙ୍କ କର୍ମଚାରୀ କ୍ୟାମେରା କିଛି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ଯାହା ହୋଇଛି ଲିଗାଲୀ ହୋଇଛି କହି ପଳାଇ ଯାଇଛନ୍ତି ।

ସୂଚନା ଅନୁଯାୟୀ ଜମି ଅଧିଗ୍ରହଣ ପାଇଁ ରଜନୀ ଙ୍କ ବ୍ଯାଙ୍କ ଆକାଉଣ୍ଟ କୁ 40 ଲକ୍ଷ ଟଙ୍କା ଆସିଥିଲା । ଏହି 40 ଲକ୍ଷ ଟଙ୍କା ଆସିବା ନେଇ ମୁକ୍ତାପୁର ଗାଁ ର 3 ଜଣ ସୂଚନା ପାଇଥିଲେ । ଏହା ପରେ ସେମାନେ ରଜନୀ ଙ୍କୁ ହାତ କରି ବିଭିନ୍ନ ପ୍ରଲୋଭନ ଦେଖାଇ କଥା କହି ପ୍ରଥମେ ବ୍ଯାଙ୍କ କୁ ଆଣିଥିଲେ ।

ତା ପରେ ଟିପ ଚିହ୍ନ ଦ୍ଵାରା ଜାଲିଆତି କରି ଏହି 40 ଲକ୍ଷ ତାଙ୍କ ଅନ୍ୟ ଆକାଉଣ୍ଟ କୁ ଟ୍ରାନ୍ସଫର କରିବା କଥା ଅଭିଯୋଗ ହୋଇଛି । ହେବେ ଏହାର ଖବର ରଜନୀ ଙ୍କ ପରିବାର ଲୋକ ପାଇଥିଲେ ସେମାନେ ସଙ୍ଗେ ସଙ୍ଗେ ଥାନାର ଅଭିଯୋଗ କରିଥିଲେ । ଏହା ସହ ବ୍ୟାଙ୍କର କର୍ତ୍ତୁପକ୍ଷ ଙ୍କୁ ସୂଚନା ଦିଆ ଯାଇଥିଲା । ବ୍ୟାଙ୍କର କହିବ କଥା ଅନ୍ୟ ଆକାଉଣ୍ଟ କୁ ପଇସା ଯାଇଛି ସତ କିନ୍ତୁ ଆକାଉଣ୍ଟ ଟି ଶିଚ କରା ଯାଇଛି ।

ଏବେ କୋର୍ଟ ରେ ମାମଲା ଚାଲିଛି । ଆଉ 3 ଜଣ ଦୁର୍ବୁର୍ତ୍ତ ଙ୍କୁ ଏବେ ପୋଲିସ ଆରେଷ୍ଟ କରି ସାରିଛି । ସବୁ ଫରମାଲିଟି ସରିବା ପରେ ରଜନୀ ଙ୍କ ଆକାଉଣ୍ଟ କୁ ସବୁ ଟଙ୍କା ଫେରି ଆସିବ । କିନ୍ତୁ ଏଭଳି ବ୍ଯାଙ୍କ କର୍ତ୍ତୁପକ୍ଷ କହୁଥିବା ବେଳେ ରଜନୀ ଙ୍କ ପରିବାର ଲୋକ ଏଥିରେ ବ୍ଯାଙ୍କ କର୍ମଚାରୀ ଙ୍କ ହେରଫେର ନେଇ ଅଭିଯୋଗ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button