ଦେଶ ବିଦେଶ
ହିମାଳଚପ୍ରଦେଶରେ ଭୂକମ୍ପ ଝଟକା
ଶିମଲା: ହିମାଚଳପ୍ରଦେଶରରେ ଭୂ-କମ୍ପ ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୪.୧ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। ମଣ୍ଡିଠାରୁ ୨୭ କିମି ଦୂର ଉତ୍ତର ଏବଂ ଉତ୍ତରପଶ୍ଚିମରେ ଏହାର କେନ୍ଦ୍ରସ୍ଥଳ ବୋଲି ଆକଳନ କରାଯାଇଛି। ମଣ୍ଡି ଓ କଙ୍ଗାରାରେ ଏହାର ପ୍ରଭାବ ଅନୁଭୂତ ହୋଇଛି।
ଭୂମିରେ କମ୍ପନ ଫଳରେ ଲୋକେ ନିଜ ନିଜ ଘରୁ ବାହାରି ଆସିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ଏଯାବତ ଜଣାପଡି ନାହିଁ। ଗତ କିଛି ଦିନ ହେବ ହିମାଚଳ ପ୍ରଦେଶରେ ଏକାଧିକ ବାର ଭୂକମ୍ପ ଅନୁଭୂତ ହେଉଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ରାତି ୯ଟା ୨୧ ମିନିଟ୍ରେ ହୋଇଥିଲା। ଗତ ନଭେମ୍ବର ୧୨ରେ ଦିଲ୍ଳୀ-ଏନସିଆର ଏବଂ ଉତ୍ତରାଖଣ୍ଡରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୬.୩ ରହିଥିଲା। ଭାରତରେ ଦିଲ୍ଳୀ ସହ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ସମେତ ୭ ରାଜ୍ୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।