ସ୍ୱାସ୍ଥ୍ୟ

ଡେଙ୍ଗୁ ଦାଉରୁ ରକ୍ଷା ପାଇବେ କିପରି,Dengue ବିଷୟରେ ଏହି କଥା ସମସ୍ତେ ଜାଣିବା ନିହାତି ଦରକାର

ଡକ୍ଟର ଏସ ସାଇଦର୍ଶିନୀ ଡେଙ୍ଗୁ ଏବଂ ଡେଙ୍ଗୁ ଲକ୍ଷଣ ସହ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ତେବେ ଜାଣନ୍ତୁ ସେ କଣ କହିଛନ୍ତି। ସେ କହିଲେ କି, ଡେଙ୍ଗୁର ମୁଖ୍ୟ ଭାଇରସ ହେଉଛି ଡେଙ୍ଗି ଭାଇରସ।ଏହା ଦିନ ବେଳେ କାମୁଡୁ ଥିବା ଏଡିସ ମଶା ଦ୍ୱାରା ହୋଇଥାଏ।ଏହି ଡେଙ୍ଗୁର ମୁଖ୍ୟ ଲକ୍ଷଣ ହେଉଛି ଜ୍ୱର।ଏହା ବ୍ୟତୀତ ହାତ ,ଗୋଡ଼ ବ୍ୟଥା ବହୁତ ଜୋରରେ

ହୋଇଥାଏ।ଶରୀର ଥକା ଲାଗିବା, ବାନ୍ତି ହେବା, ଝାଡା ହେବା ,ଭୋକ ନ ଲାଗିବା ଏହାର ସାଧାରଣ ଲକ୍ଷଣ ଅଟେ। ଅଧିକ ଝାଡା କିମ୍ବା ବାନ୍ତି ହେବା ଦ୍ୱାରା ମଣିଷ ଦୁର୍ବଳ ହୋଇ ଯାଆନ୍ତି।ଏହାକୁ କେବେ ଅଣଦେଖା କରିବା ଉଚିତ ନୁହେଁ।ବେଳେ ବେଳେ ଶରୀରର ଅନେକ ସ୍ଥାନରେ ରାସେସ ଦେଖା ଦିଏ।

ଏହା ବେଳେ ବେଳେ କୁଣ୍ଢେଇ ମଧ୍ୟ ହୁଏ।ଦେହ ହାତ ଘୋଳା ବିନ୍ଧା ହେବା,ଥକ୍କା ଲାଗିବା।ଏହା ହେଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନେବା ଦରକାର।ପାଟି, ନାକ, ମଳଦ୍ୱାର ଭଳି ସ୍ଥାନରୁ ରକ୍ତ ବାହାରିବା। କଳା ଝାଡା ମଧ୍ୟ ଡେଙ୍ଗୁର ଏକ ଲକ୍ଷଣ ଅଟେ। ବହୁତ ଜଲ୍ଦି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ଏହାର ପ୍ରଥମ ଟେଷ୍ଟ ପାଇଁ ଯଦି ଜ୍ଵରର ସମୟ କାଳ ୫ ଦିନରୁ ଅଧିକ ହେଲେ, ସିଭିସି ବ୍ଲଡ଼ ଟେଷ୍ଟ ନେଇ ପ୍ଲେଟଲେଟ କାଉଣ୍ଟ ଦେଖିବା ଦରକାର। ରୋଗୀଙ୍କ ପାଇଁ ଡେଙ୍ଗୁ ଏନଏସ-୧ ଆଣ୍ଟିଜେନ ଟେଷ୍ଟ କରାଯାଏ। ପ୍ରଥମ ହେଉଛି ରୟାପିଡ଼ ଟେଷ୍ଟ ସଂଗେ ସଂଗେ ବାହାରି ଯାଏ। କିନ୍ତୁ ଅନ୍ୟ ପ୍ରକ୍ରିୟା ହେଉଛି

ଏଲଆଇସା ଟେଷ୍ଟ। କେବେ କେବେ ଏହା ଲିଭର ଉପରେ ବହୁତ ପ୍ରଭାବ ପକାଏ। ପ୍ଲେଟଲେଟ ତିଆରି କମି ଯାଇଥାଏ। ଶରୀର ଦୁର୍ବଳ ସହିତ ରକ୍ତସ୍ରାବ ହେଲେ ଆମକୁ ବୁଝିବାକୁ ହେବ କେ ଏହା ଡେଙ୍ଗୁର ଲକ୍ଷଣ। ତେଣୁ ଏହାର ଯତ୍ନ ନେବା ଜରୁରୀ ଅଟେ।ଶରୀର ଦୁର୍ବଳ ହୋଇ ଯାଇଥାଏ। ଥକ୍କା ଲାଗେ

ଉଠିବାକୁ ଇଚ୍ଛା ହୁଏନି ଏବଂ ଭୋକ ବହୁତ ଲାଗେ। ତେଣୁ ଶରୀରକୁ ଜଳୀୟ ଅଂଶ ଦରକାର। ଏଥିପାଇଁ ମୁଖ୍ୟତଃ ଶରୀରକୁ ଜଳୀୟ ଅଂଶ ଯୋଗାଇ ଦେବା ଦରକାର। ପାଇଡ଼ ପାଣି, ଘୋଳ ଦହି ଆଦି ପିଇବା ଦରକାର। ଡେଙ୍ଗୁ ହେଲେ ବାହାର ଜିନିଷ ଖାଇବେ ନାହିଁ। ଘରୋଇ ଜିନିଷ ଏବଂ ଘରେ ତିଆରି ଖାଦ୍ୟ ଖାଇବା ଦରକାର।

ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ଅବଶ୍ୟକ।ଜ୍ୱର ହେବା ଆଗରୁ ଏହା ପ୍ରତି ଯତ୍ନ ନେବା ଆବଶ୍ୟକ। ଘରକୁ ପରିଷ୍କାର ପରିଛନ୍ନ ରଖିବା ସହିତ କୋୖଣସି ସ୍ଥାନରେ ପାଣି ଜମିବାକୁ ଦିଅନ୍ତୁ ନାହିଁ।କାରଣ ଡେଙ୍ଗୁ ମଶା ଏହି ଜମି ରହିଥିବା ପାଣିରେ ହିଁ ନିଜ ବଂଶ ବୃଦ୍ଧି କରି ଥାଆନ୍ତି।ଘରର ଆଖପାଖରେ ଜମି ରହିଥିବା ପାଣିକୁ ସଫା କରିବା ଦରକାର।

ପରିଷ୍କାର ରଖିବା ଦରକାର। ଅଧିକ ଦିନ ପାଣି ଜମି ରହିଥିବା ସ୍ଥାନକୁ ସଫା କରିବା ସହିତ ଏହାକୁ ଭଲ ଭାବରେ ପରିଷ୍କାର କରନ୍ତୁ। ଯଦି ଆପଣଙ୍କ ଘରେ କେହି ଡେଙ୍ଗୁ ରୋଗୀ ଅଛନ୍ତି, ତେବେ ତାଙ୍କୁ ପ୍ରଥମେ ମଶାରୀ ମଧ୍ୟରେ ଶୁଆଇବା ଦରକାର। ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଘୋଡାଇ ଶୁଆଇବା ପରେ ସୁରକ୍ଷିତ ଭାବରେ ରଖିବା ଦରକାର। ତେବେ ଡ଼ାକ୍ତରଙ୍କ ପରାମର୍ଶ ନେବେ।

Related Articles

Leave a Reply

Your email address will not be published. Required fields are marked *

Back to top button