ଦେଶ ବିଦେଶ

ଆସିଲା ଟ୍ରେନି ଡାକ୍ତରଙ୍କ ବ୍ୟବଚ୍ଛେଦ ରିପୋର୍ଟର ସାଙ୍ଘାତିକ ତଥ୍ୟ ; ୧୪ରୁ ଅଧିକ ସ୍ଥାନରେ ଗଭୀର ଆଘାତ

କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର  ଟ୍ରେନି ଡାକ୍ତର ମାମଲାରେ ଶରୀର ବ୍ୟବଚ୍ଛେଦ ରିପୋର୍ଟ ର ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ଦ୍ୱାରା ମିଳିଥିବା ଶରୀର ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି।ପୀଡିତାଙ୍କ ମୁଣ୍ଡ, ମୁହଁ, ବେକ, ବାହୁ ଏବଂ ଗୁପ୍ତାଙ୍ଗ, ୧୪ରୁ ଅଧିକ ସ୍ଥାନରେ ଗଭୀର ଆଘାତ ଦେଖିବାକୁ ମିଳିଥିଲା। ତେବେ ରିପୋର୍ଟରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଉଲ୍ଲେଖ କରାଯାଇଛି ।

କୋଲକାତାର ଆର.ଜି. କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ବିରୋଧରେ ଡାକ୍ତରଙ୍କ ପ୍ରଦର୍ଶନ ଜାରି ରହିଛି। ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟର ପୁଲିସ୍ ବାହିନୀଙ୍କୁ ‘ପ୍ରତି ଦୁଇ ଘଣ୍ଟାରେ’ ପରିସ୍ଥିତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button