ଓଡିଶା

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି : ରାୟଗଡାର ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇଲା ଡ୍ରୋନ – Utkal Mail



ରାୟଗଡା : ଦୁର୍ଗମ ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଲାଗି ସରକାର  ପ୍ରୟାସ ଜାରି ରଖିଛନ୍ତି । ଆଜି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଉପଲବ୍ଧି ହାସଲ କରିଛି ରାୟଗଡା ଜିଲ୍ଲା । ଜିଲ୍ଲାକୁ ଡ୍ରୋନରେ ସାହାର୍ଯ୍ୟରେ ଯାଇଛି ମେଡିସିନ୍ । ଡ୍ରୋନ୍ ସାହାଯ୍ୟରେ  ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଏବଂ ଗୁଡାରି ମେଡିକାଲକୁ ମେଡିସିନ୍ ପଠାଯାଇଛି ।

ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ USAID ଏବଂ ରେଡୱିଙ୍ଗ ସଂସ୍ଥାର ସହଯୋଗରେ ଏହି ସେବା ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟାଳୟରେ ବସି ଜଣେ ବ୍ୟକ୍ତି ଏହି ଡ୍ରୋନର ପରିଚାଳନା କରିବେ। ଏହାଦ୍ବାରା ଖୁବ୍ କମ୍ ସମୟ ମଧ୍ୟରେ ଲୋକଙ୍କ ନିକଟରେ ମେଡିସିନ ପହଞ୍ଚିପାରିବ  । ରୋଗୀମାନେ ଅଯଥା ଖର୍ଚ୍ଚାନ୍ତରୁ ବି ବର୍ତ୍ତିପାରିବେ ।  ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି ।  ଏହା ଏକ ସୁଫଳ ଯୋଜନାରେ ପରିଣତ ହୋଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button