ଓଡିଶା

ଯବାନ ଏବଂ ନକ୍ସଲ ଗୁଳି ବିନିମୟ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ପୁଣି ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ। ଏଥିରେ ୪ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏବେ ମଧ୍ୟ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ ହୋଇଛି। ବିଜାପୁର ଜିଲ୍ଲା ମିରତୁର ଥାନା ଅଞ୍ଚଳରେ ପମେଡା ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ଯବାନଙ୍କୁ ସୂଚନା ମିଳିଥିଲା। ତୁରନ୍ତ ଗତକାଲି ରାତିରେ ଯବାନ ଜଙ୍ଗଲରେ ପଶି ସର୍ଚ୍ଚ ଅପରେସନ କରିଥିଲେ। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ପରେ ଯବାନ ପାଲଟା ଜବାବ ଦେଇଥିଲେ। ଏଥିରେ  ୪ ନକ୍ସଲଙ୍କ ମୃତ୍ୟୁ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button