ମନୋରଞ୍ଜନ

ଦୁଷ୍କର୍ମ ଦୃଶ୍ୟର ସୁଟିଂ ବେଳେ ସୁସ୍ମିତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ ମିଥୁନ ! – Utkal Mail


ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଡିସ୍କୋ ଡ୍ୟାନ୍ସର ଭାବରେ ଜଣାଶୁଣା ମିଥୁନ ଚକ୍ରବର୍ତ୍ତୀ ୩୫୦ରୁ ଅଧିକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏହା ବ୍ୟତୀତ ସେ ବଙ୍ଗାଳୀ, ଓଡ଼ିଆ ଏବଂ ଭୋଜପୁରୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଅନ୍ତରଙ୍ଗ ଦୃଶ୍ୟର ସୁଟିଂ କରିଥିଲେ। କିନ୍ତୁ ଗୋଟିଏ ଦୃଶ୍ୟ ଏଭଳି ଥିଲା, ଯାହାକୁ ନେଇ ଏବେ ବି ଚର୍ଚ୍ଚା ହୁଏ। ଚର୍ଚ୍ଚା ସେହି ଦୃଶ୍ୟ ପାଇଁ ନୁହେଁ, ବରଂ ସେହି ଦୃଶ୍ୟର ସୁଟିଂ ସମୟରେ ଘଟିଥିବା ଘଟଣା ପାଇଁ।

ସୂଚନା ମୁତାବକ, ମିଥୁନ୍, ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ଫିଲ୍ମ ‘ଚିଙ୍ଗାରି’ରେ ନଜର ଆସିଥିଲେ। ଦୁହେଁ ଏହି ଫିଲ୍ମ ସୁଟିଂର ପ୍ରଥମ ଦିନରେ ହିଁ ପରସ୍ପରର ବି‌ରୋଧୀ ହେ‌ାଇଯାଇଥିଲେ ବୋଲି ଜଣାପଡ଼ିଛି। ଉଭୟଙ୍କୁ ଏକ ଦୁଷ୍କର୍ମ ଦୃଶ୍ୟର ସୁଟିଂ କରିବାର ଥିଲା। କିନ୍ତୁ ମିଥୁନ ସୁଟିଂ ସମୟରେ ସୁସ୍ମିତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବାରୁ ରାଗିଯାଇଥିଲେ ସୁସ୍ମିତା। ଏମିତି କି ସେ ତାଙ୍କ ସହ ଫିଲ୍ମ କରିବାକୁ ମଧ୍ୟ ମନାକରିଥିଲେ।

୨୦୦୬ମସିହାରେ ସୁସ୍ମିତା ଏବଂ ମିଥୁନଙ୍କ ଫିଲ୍ମ ‘ଚିଙ୍ଗାରି’ ମୁକ୍ତିଲାଭ କରିଥିଲା। ଏହାର ସୁଟିଂ ସମୟରେ ଦୁଇ ତାରକାଙ୍କ ମଧ୍ୟରେ ମତଭେଦ ହୋଇଥିଲା ବୋଲି ଜଣାପଡ଼ିଛି। ସୁଟିଂର ପ୍ରଥମ ଦିନରେ ଦୁହିଁଙ୍କୁ ଏକ ଦୁଷ୍କର୍ମ ଦୃଶ୍ୟର ସୁଟିଂ କରିବାକୁ ପଡ଼ିିଥିଲା। ଏହି ଦୃଶ୍ୟ ପାଇଁ ଦୁହେଁ ଅନେକ ରିଟେକ୍ ନେଇଥିଲେ। ସୁଟିଂ ଚାଲୁଥିବା ବେଳେ ହଠାତ୍ ସୁସ୍ମିତା କାନ୍ଦି କାନ୍ଦି ରାଗରେ ‌ସେଟରୁ ଚାଲି ଯାଇଥିଲେ। ଏହା ପରେ ସେ ନିର୍ଦ୍ଦେଶକ କଳ୍ପନା ଲାଜମିଙ୍କ ନିକଟକୁ ଯାଇ ମିଥୁନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଦୁଷ୍କର୍ମ ଦୃଶ୍ୟର ସୁଟିଂ ସମୟରେ ମିଥୁନ ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ। ନିର୍ଦ୍ଦେଶକ ସୁସ୍ମିତାଙ୍କୁ ବୁଝାଇଥିଲେ ବି ସେ ଶୁଣିନଥିଲେ। ଶେଷରେ ମିଥୁନ ଆସି ସୁସ୍ମିତାଙ୍କୁ କ୍ଷମା ମାଗିବା ପରେ ପୁଣି ଥରେ ସୁଟିଂ ଆରମ୍ଭ ହୋଇଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button