ଓଡିଶା
ହୃଦରୋଗ ବିଶେଷଜ୍ଞ ଡାଃ ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ – Utkal Mail
ଭୁବନେଶ୍ୱର: ରାଜ୍ୟ ତଥା ଦେଶର ସୁନାମଧନ୍ୟ ହୃଦରୋଗ ବିଶେଷଜ୍ଞ ଡାଃ ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ। ୯୦ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ଆଦି ସନ୍ଧ୍ୟା ୬.୨୦ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।
ସେ ଏକାଧାରରେ ଜଣେ ଚିକିତ୍ସାବିଜ୍ଞାନୀ ସହିତ ଜଣେ କଳାର ଉପାସକ ଥିଲେ। ଅପର ପକ୍ଷରେ ସେ ଜଣେ ଯଶସ୍ୱୀ ଚିତ୍ରଶିଳ୍ପୀ ଥିଲେ। ଶେଷ ସମୟରେ ତାଙ୍କ ପାଖରେ ତାଙ୍କ ପାଖରେ ତାଙ୍କ ଧର୍ମ ପତ୍ନୀ ସମାଜସେବୀ ଶ୍ରୀମତୀ ଗାୟତ୍ରୀ ଦାସ, ସୁପୁତ୍ର ଡ. ଦେବବ୍ରତ ଦାସ, ପୁତ୍ରବଧୂ ବିଦ୍ୟା ଦାସ, ନାତୁଣୀ ଈଶାନୀ ଦାସଙ୍କ ସହିତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


