ଓଡିଶା

କ୍ରିକେଟ ଖେଳ ନିଶା ହେଲା କାଳ: ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ – Utkal Mail



ଯାଜପୁର : କ୍ରିକେଟ ଖେଳ ନିଶା ହେଲା କାଳ। ଭାରତର ପରାଜୟ କୁ ସହ୍ୟ ନ କରି ପାରି ଜୀବନ ହାରିଲେ ୨୩ବର୍ଷୀୟ ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରୀ ପଞ୍ଚାୟତ କୁଳସାହି ଗାଁରେ । ମୃତକ ଗାଁର ନୀଳମଣି ଦାସ ଙ୍କ ସାନ ପୁଅ ଦେବରଞ୍ଜନ ଦାସ ବୋଲି ଜଣାପଡିଛି । ସୂଚନାମୂତାବକ ଗତକାଲି ଥିଲା ବିଶ୍ବକପ୍ କ୍ରିକେଟର ଗ୍ରାଣ୍ଡ ଫିନାଲେ । ଯେଉଁଥିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା ମହାଲଢେଇ ।

ଖୁସି ଖୁସିରେ ଦେବରଞ୍ଜନ ଖେଳ ଦେଖୁଥିଲା । ମାତ୍ର କାଲିର ମ୍ୟାଚରେ ଭାରତର ପରାଜୟକୁ ସହ୍ୟ କରିପାରିନଥିଲା ଦେବରଞ୍ଜନ  । ହଟାତ୍ ଯାଇ ପଡୋଶୀ ଘର ଛାତରେ ଥିବା ଏକ ରଡରେ ଝୁଲିପଡିଥିଲା । ଆଜି ସକାଳୁ ପରିବାର ଲୋକ ଏ ନେଇ ପୋଲିସକୁ ଖବର ଦେଇଥିଲେ । ଦେବରଞ୍ଜନ ଜଣେ ମାନସିକ ବିକାରଗସ୍ତ ଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।  ପୋଲିସ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button