ଦେଶ ବିଦେଶମନୋରଞ୍ଜନ

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ବିବାଦ: କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ‘ଦି କାଶ୍ମୀର ଫାଇଲ୍ସ’କୁ ଅଶ୍ଲୀଳ, ପ୍ରୋପାଗାଣ୍ଡା ଫିଲ୍ମ ବୋଲି କହିଲେ ଜୁରୀ ମୁଖ୍ୟ

ନୂଆଦିଲ୍ଲୀ:ଗୋଆରେ ଅନୁଷ୍ଠିତ ଭାରତର ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଯାପନୀ ଦିବସରେ ବିବେକ ଅଗ୍ନିହୋତ୍ରୀଙ୍କ ‘ଦି କାଶ୍ମୀର ଫାଇଲ୍ସ’ ଉପରେ ଜୁରୀ ଅଧ୍ୟକ୍ଷଙ୍କ ନକାରାତ୍ମକ ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହୋଇଛି । ଇସ୍ରାଏଲର ଫିଲ୍ମ ନିର୍ମାତା ନାଦବ ଲାପିଡ୍ ‘ଦି କାଶ୍ମୀର ଫାଇଲ୍ସ’କୁ ଏକ ଅଶ୍ଳୀଳ ତଥା ପ୍ରୋପାଗାଣ୍ଡା ଭିତ୍ତିକ ଚଳଚ୍ଚିତ୍ର ବୋଲି କହିଛନ୍ତି। ନାଦବ ଲାପିଡ୍ ହେଉଛନ୍ତି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଜୁରି ମୁଖ୍ୟ। ସେ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ମହୋତ୍ସବରେ ଏଭଳି ଫିଲ୍ମ ପ୍ରଦର୍ଶିତ କରାଯାଇଥିବାରୁ ଆମେ ସମସ୍ତେ ବିଚଳିତ। ଏହି ଚଳଚ୍ଚିତ୍ରଟି ଅତ୍ୟନ୍ତ ଅଶ୍ଳୀଳ |

‘ଦି କାଶ୍ମୀର ଫାଇଲ୍ସ’ ଉପରେ ଲାପିଡ୍ ଏଭଳି ମନ୍ତବ୍ୟ ଖୋଲା ମଞ୍ଚରେ ଏବଂ ଭାରତର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଦେଇଥିଲେ । ଯାହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି ।

ଜୁରି ବୋର୍ଡ ଫିଲ୍ମ ‘କାଶ୍ମୀର ଫାଇଲ’ରେ ଜୁରି ହେଡଙ୍କ ମନ୍ତବ୍ୟରୁ କିନ୍ତୁ ନିଜକୁ ଦୂରେଇ ରଖିଛି ଏବଂ ଏହାକୁ କେବଳ ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଛି। ସେପଟେ ଲାପିଡଙ୍କ ମନ୍ତବ୍ୟ ପାଇଁ ଇସ୍ରାଏଲ୍ ରାଷ୍ଟ୍ରଦୂତ ଭାରତକୁ କ୍ଷମା ମାଗିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବିବେକ ଅଗ୍ନିହୋତ୍ରୀଙ୍କ ଲିଖିତ ତଥା ନିର୍ଦ୍ଦେଶିତ ‘ଦି କାଶ୍ମୀର ଫାଇଲ୍ସ’ ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ଫିଲ୍ମ ଥିଲା । ୯୦ ଦଶକରେ କାଶ୍ମୀର ଉପତ୍ୟକାରେ କାଶ୍ମୀରୀ ପଣ୍ଡିତମାନେ କିଭଳି ଆତଙ୍କବାଦର ଶିକାର ହୋଇ ନିଜ ଭିଟାମାଟି ଛାଡିଥିଲେ ତାହ ଉପରେ ଫିଲ୍ମ ଆଧାରିତ।

ଭାରତର ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଜୁରି ମୁଖ୍ୟ ନାଦବ ଲାପିଡ୍ କହିଥିଲେ- ‘ଦି କାଶ୍ମୀର ଫାଇଲ୍ସ’ ଫିଲ୍ମ ଆମ ସମସ୍ତଙ୍କୁ ବିଚଳିତ କରିଥିଲା । ଏହା ଏକ ଅଶ୍ଳୀଳ ଏବଂ ପ୍ରୋପାଗାଣ୍ଡା ଫିଲ୍ମ | ଏହି ଚଳଚ୍ଚିତ୍ରଟି ଏପରି ସମ୍ମାନଜନକ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଉପଯୁକ୍ତ ନୁହେଁ | ମୁଁ ଖୋଲାଖୋଲି ଭାବରେ ମୋର ଭାବନାକୁ ଆପଣ ମାନଙ୍କ ସହିତ ସେୟାର କରିପାରୁଛି । କାରଣ ଏହି ଚଳଚ୍ଚିତ୍ର ମହୋତ୍ସବ ଏପରି ଏକ ମଞ୍ଚ ଯେଉଁଠି ଆମେ ସମାଲୋଚନା ସ୍ବୀକାର କରିପାରିବା ଓ ତାହା ଉପରେ ଆଲୋଚନା ମଧ୍ୟ କରିପାରିବା |

ଲାପିଡ୍ କହିଥିଲେ, ‘ଏହି ଚଳଚ୍ଚିତ୍ର ମହୋତ୍ସବରେ ଆମେ ଡେବ୍ୟୁ ପ୍ରତିଯୋଗିତାରେ ୭ ଟି ଫିଲ୍ମ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ୧୫ଟି ଫିଲ୍ମ ଦେଖିଲୁ। ଏଥିମଧ୍ୟରୁ ୧୪ଟି ଫିଲ୍ମ ଉଚ୍ଚକୋଟୀର ସିନେମା ଥିଲା | ୧୫ତମ ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’ ଆମ ସମସ୍ତଙ୍କୁ ବିବ୍ରତ ଏବଂ ବିଚଳିତ କରିଥିଲା | ଏପରି ଏକ ପ୍ରାପଗାଣ୍ଡା ଓ ଅଶ୍ଲୀଳ ଫିଲ୍ମ ଏହି ସମ୍ମାନଜନକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ କରାଯିବା ଠିକ୍ ନୁହେଁ ‌।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button