ଓଡିଶା

ହୁତୁହୁତୁ ଜଳିଗଲା ଚୋରା ତେଲ ବୋଝେଇ କଣ୍ଟେନର୍ – Utkal Mail



ପାରାଦୀପ: ହୁତୁହୁତୁ ହୋଇ ଜଳିଗଲା ଚୋରା ତେଲ ବୋଝେଇ କଣ୍ଟେନର୍ । ହଜାର ହଜାର ଚୋରା ତେଲ ଗଚ୍ଛିତ ରହୁଥିଲା ଏହି କଣ୍ଟେନରରେ । ହଠାତ ଗତକାଲି ବିଳମ୍ବିତ ରାତିରେ ଜଳି ଯାଇଛି ଏହି ତେଲ ବୋଝେଇ କଣ୍ଟେନର । ତା ସହିତ ଦୁଇଟି ୧୨ ଚକିଆ ଟ୍ରକ ମଧ୍ୟ ଜଳି ଯାଇଛି ।

ପାରାଦୀପ ଅଞ୍ଚଳରେ ବେଧଡକ ଚୋରା ତେଲ କାରବାର ଚାଲିଥିବା ନେଇ  କିଛି ଦିନ ହେଲା ଅଭିଯୋଗ ହୋଇ ଆସୁଛି । ଏମିତି ଏକ ଚୋରା ତେଲ ବୋଝେଇ କଣ୍ଟେନର ବିଳମ୍ବିତ ରାତିରେ ଲକଥାନା ଅଧିନ ପିପିଏଲ୍ ଛକ ନିକଟ  ଗ୍ୟାରେଜରେ ଥିବା କଣ୍ଟେନର୍ ରେ ନିଆଁ ଲାଗି ଯାଇଛି  । ଯଦିଓ ନିଆଁ କେମିତି ଲାଗିଲା ଜଣାପଡି ନାହିଁ ତେବେ  ପାଖରେ ଥିବା ଦୁଇଟି୧୨ ଚକିଆ ଟ୍ରକ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି। ଏହି ଟ୍ରକରେ ୧୦ରୁ ୧୨ ହଜାର ଲିଟର ଚୋରା ତେଲ ଥିବା ଜଣାଯାଇଛି ।

ଖବର ପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ପାରାଦୀପ ଅଗ୍ନିଶମ ବିଭାଗର ୬ଟି ଦମକଳ ଆସି ନିଆଁକୁ ଆୟତ୍ତ କରିବା ପାଇଁ ଲାଗି ପଡିଥିଲେ। ସେହି କଣ୍ଟେନର ରେ ଅଧିକ ପରିମାଣରେ ତେଲ ଥିବା ଯୋଗୁଁ ଏଭଳି ଅଗ୍ନି କାଣ୍ଡ ଘଟିଥିଲା ଯେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ନାକେଦମ୍ ହେବାକୁ ପଡିଥିଲା।

କୁହାଯାଉଛି, ଦୀର୍ଘଦିନ ହେବ ସେହି କଣ୍ଟେନର୍ ମଧ୍ୟରେ ଚୋରା ତେଲ ଗଛିତ ରଖା ଯାଉଥିଲା।ଏହି ଅଗ୍ନିକାଣ୍ଡ ପରେ ଚୋରା ତେଲ କାରବାର ହେଉଥିବାର ଘଟଣା ସାମ୍ନାକୁ ଆସିଛି। ତେବେ ଅଗ୍ନିଶମ ବିଭାଗ ଦୀର୍ଘ ୩ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରିଛି। ଖବରପାଇ ଲକଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେବେ ଗ୍ୟାରେଜ ରେ କେହି ନଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ଏବଂ ଏହି ସ୍ଥାନଟି ଜନ ଗହଳିପୂର୍ଣ୍ଣ ଅଞ୍ଚଳରୁ ଦୂରରେ ହୋଇଥିବାରୁ କିଛି କ୍ଷତି ହୋଇନାହିଁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button