ଓଡିଶା

ବଢିଲା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଡ଼ୁଆ, ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି – Utkal Mail



କଟକ: ବିରୋଧୀ ଦଳ ନେତା ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ଅଡୁଆ ବଢିଛି। ଥାନା ଅଧିକାରୀଙ୍କୁ ଆକ୍ରମଣ ଏବଂ ତହସିଲଦାରଙ୍କୁ ଧମକ ଦେବା ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯେଉଁଥିରୁ ଗୋଟିଏ ମାମଲାକୁ ଖାରଜ କରିଦେଇଥିବା ବେଳେ ଅନ୍ୟଟିରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ଏହାପରେ ସମ୍ବଲପୁର ବିଧାୟକଙ୍କ ଅଡୁଆ ବଢିଛି।

ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ସେ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଚଳିତ ବର୍ଷ ଫେବୃଆରୀ 15 ତାରିଖରେ ସମ୍ବଲପୁର ଜିଲ୍ଲାପାଳ ଆଗରେ ବିଜେପି କର୍ମୀ ବିକ୍ଷୋଭ କରୁଥିଲେ। ଏହି ସମୟରେ ଧନୁପାଲୀ ଆଇଆଇସି ଅନୀତା ପ୍ରଧାନଙ୍କୁ ବିଧାୟକ ଆକ୍ରଣମ କରିଥିବା ଅଭିଯୋଗ ରହିଥିଲା। କର୍ତବ୍ୟ ସମ୍ପାଦନ ବେଳେ କାମରେ ବାଧା ଦେବା ଏବଂ ଧମକ ଦେବା ନେଇ ବିଧାୟକଙ୍କ ବିରୋଧରେ ଟାଉନ ଥାନାରେ ଏତଲା ରହିଛି।

ସେହିପରି କ୍ଷେମତାରାଜପୁର ଥାନା ମାମଲାରେ ଆଗୁଆ ଜାମିନ ପ୍ରସଙ୍ଗରେ ବିଚାରପତି କହିଛନ୍ତି, ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ନିୟମିତ ଜାମିନ ଉପରେ ବିଚାର ହୋଇପାରେ ବୋଲି କୋର୍ଟ କହିଛନ୍ତି।

ଅନ୍ୟଟି ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଦୁର୍ବ୍ୟବହାର ମାମଲା ରହିଛି। 2022 ଫେବୃଆରୀ ମାସରେ ଜବରଦଖଲ ଉଚ୍ଛେଦ ବେଳେ ବିଧାୟକ ଏବଂ ତାଙ୍କ ସମର୍ଥକ ଆସି ଗାଳି ଗୁଲଜ କରିବା ସହ ଧମକ ଦେଇଥିବା ଅଭିଯୋଗ ରହିଛି। ଏନେଇ ଏସସି, ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି। ତେଣୁ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିବା ପରେ ବିଧାୟକଙ୍କ ଅଡୁଆ ବଢିଛି।




Related Articles

Leave a Reply

Your email address will not be published. Required fields are marked *

Back to top button