ଓଡିଶା
ମହାନଦୀ ବ୍ରିଜ ତଳୁ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର – Utkal Mail
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହର ମହାନଦୀ ବ୍ରିଜ ତଳୁ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ବୀରମହାରାଜପୁର ଥାନା କେଶଳପୁରା ଗାଁର ଲୋକନାଥ ନାଏକ ବୋଲି ଜଣା ପଡିଛି । ଲୋକନାଥ ଗତକାଲି ସନ୍ଧ୍ୟାରେ ଘରୁ ବାହାରି କୌଣସି ଏକ କାମରେ ଯାଇଥିବାବେଳେ, ଆଉ ଘରକୁ ଫେରି ନଥିଲେ ।
ତେବେ ଆଜି ମହାନଦୀରେ ତାଙ୍କ ମୃତଦେହ ଭାସୁଥିବାବେଳେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଲୋକନାଥଙ୍କ ପାଖକୁ ଗତକାଲି ସନ୍ଧ୍ୟାରେ ଏକ ଫୋନ୍ ଆସିଥିଲା । ଫୋନ୍ ପାଇ ଲୋକନାଥ ଘରୁ ବାହାରି ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ।
ରାତି ଅଧିକ ହେବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ ହେଁ ତାଙ୍କ ସନ୍ଧାନ ପାଇନଥିଲେ । ତାଙ୍କୁ କେହି ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୋଗକୁ ଭିତ୍ତିକରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । ତଦନ୍ତ ପରେ ହିଁ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିବ ।