ଘରୋଇ ସ୍କୁଲର ୧୧ ଛାତ୍ରଛାତ୍ରୀ ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି – Utkal Mail
ରାୟଗଡ଼ା: ରାୟଗଡା ସହର ଉପକଣ୍ଠ ବାରିଝୋଲା ସ୍ଥିତ ଚୈତନ୍ୟ ଟେକ୍ନୋ ସ୍କୁଲର ୧୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଦଶମ ଓ ଏକାଦଶ ଶ୍ରେଣୀର ବୋଲି ଜଣାପଡିଛି । ପ୍ରଥମେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ବିଦ୍ୟାଳୟର ପ୍ରଥମ ମହଲାରୁ ପଡିଯାଇଥିଲେ । ସେ କେମିତି ପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ । ଏହାପରେ ଜଣକ ପରେ ଜଣେ ୧୦ ଜଣ ଛାତ୍ରଛାତ୍ରୀ ହଠାତ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ତେବେ ଘଟଣାର ପ୍ରକୃତ ରହସ୍ୟକୁ ସ୍କୁଲ କର୍ତ୍ତୃପକ୍ଷ ଗୋପନ ରଖିଛନ୍ତି । ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ଚିକିତ୍ସାଳୟରେ ଅଭିଭାବକ ପହଞ୍ଚି ଭିଡ ଜମାଇଛନ୍ତି । ତେବେ ବିଦ୍ୟାଳୟରେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଅଟୋରେ ନିଆଯାଇଥିଲା । ଯାହାକି ସ୍କୁଲ ପରିଚାଳନା ନେଇ ପ୍ରଶ୍ନ ଉଠିଛି ।
ତେବେ ବିଦ୍ୟାଳୟର ଅଧ୍ୟକ୍ଷା ଏମ୍ ରଜନୀ କହିଛନ୍ତି ଯେ, ପିଲାଏ ଟିଫିନ୍ ଖାଇବା ପରେ ଏହିଭଳି ଅବସ୍ଥା ଘଟିଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି । ସକାଳୁ କିଛି ଖାଇନଥିଲେ ବୋଲି ମଧ୍ୟ କହିଛନ୍ତି ।