ବ୍ୟବସାୟ

ଇ-ଯାନକୁ ୪.୩୧କୋଟି ସବ୍‌ସିଡି – Utkal Mail


ଭୁବନେଶ୍ବର: ରାଜ୍ୟରେ ଯେଉଁମାନେ ବ୍ୟାଟେରିଚାଳିତ ଗାଡ଼ି (ଇ-ଯାନ)କିଣିବେ ସେମାନଙ୍କୁ ସବ୍‌ସିଡି ଦେବାକୁ ରାଜ୍ୟ ସରକାର ଓଡ଼ିଶା ବୈଦ୍ୟୁତିକ ଯାନ ନୀତି-୨୦୨୧ ଆଣିଛନ୍ତି। ଏହା ସେପ୍ଟେମ୍ବର ୧, ୨୦୨୧ରୁ ରାଜ୍ୟରେ ଲାଗୁ ହୋଇଥିବାବେଳେ ଏଥିରେ ଅକ୍ଟୋବର ୩୧, ୨୦୨୩ ସୁଦ୍ଧା ରାଜ୍ୟ ସରକାର ୪କୋଟି ୩୧ଲକ୍ଷ ୪୩ହଜାର ୯୪୨ଟଙ୍କା ସବ୍‌ସିଡି ଆକାରରେ ଦିଆଯାଇଛି। ହେଲେ ଏହି ସମୟରେ ୫୮,୫୬୩ଟି ଦୁଇଚକିଆ (ସ୍କୁଟି ଓ ବାଇକ୍), ୬୩୪୮ଟି ତିନି ଚକିଆ, ୧୪୫୪ଟି ମୋଟର କାର, ୫୧ଟି ବସ୍‌ ଓ ୫୧ଟି ମାଲ୍‌ବାହୀ ଗାଡ଼ି ପଞ୍ଜୀକୃତ ହୋଇଛି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ତାରା ପ୍ରସାଦ ବାହିନୀପତିଙ୍କ ଦୁଇଟି ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button