ଓଡିଶା

ବିଜେଡିର ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ବିଜେପିର ରଣ ହୁଙ୍କାର – Utkal Mail



ନୂଆପଡ଼ା: ଶାସକ ଦଳରେ ଚାଲିଥିବା ଦୁର୍ନୀତି ବିରୋଧରେ ବିଜେପି ରଣହୁଙ୍କାର ଦେଇଛି। ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାରରେ ଲିପ୍ତ ଥିବା ନେଇ ଅଭିଯୋଗ କରି ସାରା ରାଜ୍ୟରେ ବିଜେପି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ନୂଆପଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ବିଶେଷ ଭାବରେ ଦେଖା ଦେଇଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ହଜାର ହଜାର ଗରିବ ଖଟିଖିଆ ଲୋକେ ସାମିଲ ହୋଇ ନିଜ ହକ ଓ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ରଥମେ ସିନାପାଲି ବୋଡେନ, ଖଡ଼ିଆଳ ପରେ ଆଜି କୋମନା ବ୍ଲକ ଅଫିସ ଘେରିଲା ଜିଲ୍ଲା ବିଜେପି।

ଜିଲ୍ଲାରେ ମନରେଗାରେ ଦୁର୍ନୀତି, ଜଳସେଚନରେ ଅବହେଳା, ଆବାସ ଯୋଜନାରେ ଜାଲିଆତି, ପିଡିଏସ ବଣ୍ଟନରେ ଅନିୟମିତତା ସାଙ୍ଗକୁ ଉନ୍ନୟନ କାମରେ ପଚାଶ ଶତକଡ଼ା ପିସି କାରବାରରେ ଉବୁଟୁବୁ ହେଉଛି ବ୍ଲକ କାର୍ଯ୍ୟାଳୟ। ଏନେଇ ବିଜେପି କର୍ମୀମାନେ ଗର୍ଜିଛନ୍ତି। ଏବାବଦରେ ପ୍ରତ୍ୟେକ ବ୍ଲକର ବ୍ଲକ ପ୍ରଶାସନ ସହ ଜନ ଅଡିଟ କରିଛନ୍ତି ସାଂସଦ ପଣ୍ଡା। ଜନ ଅଡିଟ ସମୟରେ ସାଂସଦ ଏବଂ ବିଜେପି କର୍ମକର୍ତ୍ତାଙ୍କ ପ୍ରଶ୍ନବାଣରେ ଉତ୍ତରଶୂନ୍ୟ ହେଉଥିଲେ ପ୍ରଶାସନିକ ଅଧିକାରୀ।

ଶେଷରେ ପ୍ରଶାସନିକ ଅଧିକାରୀଙ୍କ କେବଳ ଗୋଟିଏ ଉତ୍ତର ସରକାରୀ ନିୟମ ମୁତାବକ ସବୁ ହେଉଛି ବୋଲି କହୁଥିବା ବେଳେ ଏହି ସବୁ ଦାବି ସମୂହ ଆଗାମୀ ଦିନରେ ସମାଧାନ ନହେଲେ ଆନ୍ଦୋଳନକୁ ଭାୟାବହ କରି ବିଜେଡି ସରକାରକୁ ଜବାବ ଦିଆଯିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button