ଓଡିଶା

ପଞ୍ଚୁକରେ ଶ୍ରୀମନ୍ଦିରରେ ଅଘଟଣ: ଜଗା ଦର୍ଶନ ବେଳେ ହବିଷ୍ୟାଳୀଙ୍କ ମୃତ୍ୟୁ – Utkal Mail



ପୁରୀ: ପଞ୍ଚୁକରେ ଘଟିଲା ବଡ ଅଘଟଣ । ଜଗା ଦର୍ଶନ ହେଲା ଶେଷ ଦର୍ଶନ । ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ଚାଲିଗଲା ହବିଷ୍ୟାଳୀଙ୍କ ପ୍ରାଣବାୟୁ । ମୃତ ହବିଷ୍ୟାଳି ଜଣଙ୍କ ହେଉଛନ୍ତି ୭୩ ବର୍ଷିୟ ବୟସ୍କ ଫକୀର ଧାରୁଆ । ହବିଷ ପାଇଁ ସେ ନୟାଗଡରୁ ଆସି ଭକ୍ତ ନିବାସରେ ରହୁଥିଲେ ।

ସୂଚନା ଅନୁସାରେ, ଫକୀର ଧଳୁଆ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ମନ୍ଦିର ଭିତରେ ଥିବା ଉପବନରେ ବସିଥିଲେ । ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଫକୀର ଧଳୁଆଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଥିବା ବେଳେ ସେମାନେ ପୁରୀରେ ପହଞ୍ଚିଥିବା ଜଣାଯାଇଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button