ଓଡିଶା

ତିନି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ, ଗଛ କାଟିଲେ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ – Utkal Mail



ରାୟଗଡ଼ା: ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଗଞ୍ଜେଇ ଚାଷ। ବର୍ତ୍ତମାନ ସିଧାସଳଖ ଜିଲ୍ଲା ପ୍ରଶାସନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଉପରେ ଧ୍ୟାନ ଦେଉଥିଲେ ସୁଦ୍ଧା ଲୋକେ ବେଆଇନ ଭାବେ ପୁଣି ଏହି ଚାଷ କରୁଛନ୍ତି। ପ୍ରତ୍ୟେକ ବର୍ଷ ପ୍ରଶାସନ ଗଞ୍ଜେଇ ଗଛ କାଟୁଛି କିନ୍ତୁ ଲୋକେ ପୁଣି ଲଗାଉଛନ୍ତି। ଆଉ ବେଆଇନ୍ ଗଞ୍ଜେଇ ଚାଲାଣ ମଧ୍ୟ ଜାରି ରହିଛି। ଅନେକ ସମୟରେ ଗଞ୍ଜେଇ ଚାଲାଣ ବେଳେ ଗାଡି ଧରାପଡୁଛି। ବର୍ତ୍ତମାନ ଚନ୍ଦ୍ରପୁର ଥାନାରେ ଆଜି ଅବକାରୀ ଏବଂ ପୋଲିସର ମିଳିତ ସହଯୋଗରେ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଦିଆଯାଇଛି।

ପ୍ରାୟ ୨ ଏକର ଗଞ୍ଜେଇ ଚାଷ ଜମିରୁ ଆନୁମାନିକ ୨୦୦୦ ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଥିବା ଖୋଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଜଣାଇଛନ୍ତି। ତେବେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ତିନି କୋଟି ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ପୂର୍ବରୁ ମଧ୍ୟ ଗୁଡାରି ପଦ୍ମପୁରରେ ପ୍ରାୟ ଦଶ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇକୁ କାଟି ନଷ୍ଟ କରାଯାଇଥିବା ଜଣାପଡିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button