କ୍ରାଇମ
ଆଉ ୬ ଗଞ୍ଜେଇ ମାଫିଆ ଗିରଫ – Utkal Mail
ଭୁବନେଶ୍ବର: ପୁଣି ଦୁଇଟି ଗଞ୍ଜେଇ ଚାଲାଣକୁ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ (ଏସ୍ସିୟୁ) ପଣ୍ଡ କରିଛି। ଏଥିରେ ସମ୍ପୃକ୍ତି ୬ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଞ୍ଚଳର ନାରାୟଣ ଭୋଇ(୨୭), ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର କଂଗ୍ରେସ ମହାପାତ୍ର(୪୮), ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ଦୀପ୍ତିରଂଜନ ପରିଡ଼ା(୨୯), କନ୍ଧମାଳ ଜିଲ୍ଲାର ଅଶୋକ ନାଏକ(୨୯), ରବି ଦିଗାଲ(୪୭) ଓ ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ଦୁଃଶାସନ ଦଳେଇ((୪୨)। ପୁଲିସ ନାରାୟଣ, କଂଗ୍ରେସ ଓ ଦୀପ୍ତିରଂଜନଙ୍କ ଠାରୁ ୨୦କେଜି ଗଞ୍ଜେଇ ଓ ଗୋଟିଏ କାର୍ ଜବତ କରିଥିବା ବେଳେ ଅଶୋକ, ରବି ଓ ଦୁଃଶାସନଙ୍କ ପାଖରୁ ଗୋଟିଏ ଅଟୋ, ଗୋଟିଏ ବାଇକ୍ ଓ ୫୦କେଜି ଗଞ୍ଜେଇ ଜବତ କରିଛି। ଏନେଇ ଏସ୍ସିୟୁ ଦୁଇଟି ପୃଥକ ମାମଲା ରୁଜୁକରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୭ଲକ୍ଷ ଟଙ୍କାରୁ ଅଧିକ ହେବ।